ସାରା ଓଡ଼ିଶାରେ ପାରଦ ତଳ ମୁହାଁ – bajravana
[ad_1]
ଭୁବନେଶ୍ବର: ଶୀତର ଚାଦର ତଳେ ସାରା ଓଡ଼ିଶା। ଉତ୍ତରରୁ ଉପାନ୍ତ ଅଥବା ଉପକୂଳ, ସବୁଠି ପାରଦ ତଳ ମୁହାଁ ହୋଇଥିବାରୁ ଥଣ୍ଡାରେ ଥରୁଛି ଓଡ଼ିଶା। ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ତଳକୁ ଖସି ଆସିଛି। ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍ ରହିଛି। ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ୪ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ବି ହାଡ଼ ଭଙ୍ଗା ଶୀତ ଅନୁଭୂତ ହୋଇଛି | ଗତକାଲି ରାତିରେ ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୪ ଡିଗ୍ରି ରେକର୍ଡ କରାଯାଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ କିଛିଦିନ ହେଲା ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି କିମ୍ବା ତା’ଠାରୁ କମ୍ ରହୁଛି। ତେବେ କେନ୍ଦ୍ରୀୟ ଉପକୂଳ, ମାଲକାନଗିରି, ଅାଭ୍ୟନ୍ତରୀଣ ଗଞ୍ଜାମ, ରାୟଗଡ଼ା ଓ ଗଜପତିର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଅପେକ୍ଷାକୃତ କମିଛି। ଏଠି ସ୍ବାଭାବିକଠାରୁ ୧.୫ ଡିଗ୍ରିରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି। ଆସନ୍ତା ଗୁରୁବାର ଓ ଶୁକ୍ରବାର ରାତିରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ହେତୁ ଶୀତ କମିବ।
[ad_2]