ଦେଶ ବିଦେଶ

ଆଜି ଇଣ୍ଡିଆ ମେଣ୍ଟର ପ୍ରତିବାଦ ରାଲି – bajravana

[ad_1]

ନୂଆଦିଲ୍ଲୀ, ୨୧/୧୨ : ଆଜି ନୂଆ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ପ୍ରତିବାଦ ରାଲି କରିବେ ଇଣ୍ଡିଆ ମେଣ୍ଟର ସାଂସଦ । ଆଜି ଯାଏଁ ୧୪୩ ଜଣ ସାଂସଦ ହୋଇ ସାରିଲେଣି ନିଲମ୍ବନ। ପ୍ରତିବାଦ ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକ ବସିବ । ୧୩ରେ ସଂସଦ ଭିତରେ ଓ ବାହାରେ ଯେପରି ନିରାପତ୍ତା ତ୍ରୁଟି ହୋଇଥିଲା ସେନେଇ ବିରୋଧୀ ଦଳ ସାଂସଦମାନେ ଗୃହମନ୍ତ୍ରୀଙ୍କ ବିବୃତି ଚାହିଁଥିଲେ । ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ସାଂସଦମାନଙ୍କୁ ସସପେଣ୍ଡ କରାଯାଉଛି ବୋଲି କଂଗ୍ରେସ କହିଛି । ସାଂସଦଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ଦିବସଗୁଡିକରୁ ସସପେଣ୍ଡ କରାଯିବା ଦୁର୍ଭାଗ୍ୟଜନକ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଏହି ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button