ଜାତୀୟ ଖୋଖୋରେ ପୁପୁନଙ୍କ ଚମକ – bajravana
[ad_1]
କୁତ୍ରା: କଅଁଳ ବୟସ, କିନ୍ତୁ ଆଖିରେ ମେଞ୍ଚାଏ ସ୍ବପ୍ନ। ଆଉ ତାକୁ ସାକାର କରିବା ପାଇଁ ଲାଗିପଡ଼ିଛନ୍ତି କୁନିବାଳକ। ବର୍ତ୍ତମାନ କୁତ୍ରା ଉତ୍କୃଷ୍ଟ ଉଚ୍ଚବିଦ୍ୟାଳୟର ଅଷ୍ଟମଶ୍ରେଣୀର ଛାତ୍ର ବ୍ଲକ୍ର ନୂତନ ପ୍ରତିଭା ପୁପୁନ ମାଝୀ। କୁରୁଙ୍ଗା ଗ୍ରାମର ଲିଙ୍ଗରାଜ ଓ ଦମୟନ୍ତୀ ମାଝୀଙ୍କ ପୁଅ। ୬ଷ୍ଠରେ ପଢ଼ୁଥିବାବେଳେ ଖୋଖୋ ପାଇଁ ଆଗ୍ରହ ପ୍ରକାଶ କରିବାରୁ ବିଦ୍ୟାଳୟର କର୍ମଚାରୀ ଜଗନ୍ନାଥ କିଷାନ ଓ ପରେ ପରେ ମନୋଜ ମିଞ୍ଜଙ୍କ ପାଖରେ ଖେଳଶିକ୍ଷା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତବର୍ଷ ଜିଲ୍ଲା ଖୋଖୋ ଚାମ୍ପିଅନ୍ସିପ୍ରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ବିଦ୍ୟାଳୟକୁ ଚାମ୍ପିଅନ୍ କରିବା ସହ ଜିଲ୍ଲା ପକ୍ଷରୁ ଖେଳି ରାଜ୍ୟ ଖୋଖୋ ଚାମ୍ପିଅନ୍ସିପ୍ରେ ସୁନ୍ଦରଗଡ଼ ଜିଲ୍ଲା ଜୁନିୟର ଖୋଖୋ ଦଳକୁ ଚାମ୍ପିଅନ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ସୁନ୍ଦର ଖେଳପାଇଁ ଚଳିତବର୍ଷ ଓପନ ଖୋଖୋ ପ୍ରତିଯୋଗିତାରେ ପୁରୀ କ୍ରୀଡ଼ା ଛାତ୍ରାବାସରେ ନଭେମ୍ବର ୨୧ ତାରିଖଠାରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଶିବିରରେ ସୁନ୍ଦର ଖେଳ ପ୍ରଦର୍ଶନକରି ଜାତୀୟ କନିଷ୍ଠ ଖୋଖୋ ଚାମ୍ପିଅନ୍ସିପ୍ ପାଇଁ ମନୋନୀତ ହୋଇଥିଲେ। କର୍ଣ୍ଣାଟକର ତିବତୁରରେ ଡିସେମ୍ବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ବିଦ୍ୟାଳୟରେ ତାଙ୍କୁ ସ୍ବାଗତ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ପ୍ରଧାନଶିକ୍ଷକ ନଳିନୀକାନ୍ତ ଶାସନୀ, ବରିଷ୍ଠଶିକ୍ଷକ ବିଭୀଷଣ ବାରିକଙ୍କ ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
[ad_2]