୫୦% ଛାତ୍ରଛାତ୍ରୀ ପାଠ ଛାଡ଼ିବା କେଉଁ ରୂପାନ୍ତର: ବିଜେପି – bajravana
[ad_1]
ଭୁବନେଶ୍ୱର: ଓଡ଼ିଶାରେ ମାଟ୍ରିକ ଡ୍ରପ୍ଆଉଟ୍ ହାର ଦେଶରେ ସର୍ବାଧିକ। ୫୦% ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଛନ୍ତି। ବିହାର ଭଳି ଗରିବ ରାଜ୍ୟର ଡ୍ରପ୍ଆଉଟ୍ ହାର ମଧ୍ୟ ଓଡ଼ିଶା ଠାରୁ କମ୍। ଏଥିରୁ ହିଁ ବୁଝାପଡୁଛି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା କେତେ ନିମ୍ନଗାମୀ ହୋଇଛି। ରାଜ୍ୟ ସରକାର ସ୍କୁଲ ରୂପାନ୍ତରକୁ ନେଇ ନିଜ ପିଠି ନିଜେ ଥାପୁଡ଼ାଉଥିବାବେଳେ ଅଧା ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଗଲାଣି। ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ସାରା ରାଜ୍ୟର ଏକ ସାମାଜିକ ପ୍ରସଙ୍ଗ। ୫-ଟି ସ୍କୁଲ ରୂପାନ୍ତର ନାଁରେ କେବଳ କାନ୍ଥ, ବାଡ଼ ରଙ୍ଗ କରିବା ଆଳରେ ସରକାର ୫ହଜାର କୋଟି ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ଏପଟେ ସ୍କୁଲରେ ଶିକ୍ଷକ ନାହାନ୍ତି, ଅଧା ପିଲା ପାଠପଢ଼ା ବନ୍ଦ କରିଦେଲେଣି। ଏହା କ’ଣ ରାଜ୍ୟ ସରକାରଙ୍କ ରୂପାନ୍ତରୀକରଣର ପ୍ରଭାବ କି ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି ଯେ ସାରା ଦେଶରେ କେବଳ ଡ୍ରପ୍ଆଉଟ୍ ହାରରେ ନୁହେଁ ବରଂ ସ୍କୁଲ ଶିକ୍ଷାର ପରଫରର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ୍ରେ ମଧ୍ୟ ଓଡ଼ିଶା ଦେଶରେ ତଳଆଡ଼ୁ ଏକ ନମ୍ବର। ଯଦି ରୂପାନ୍ତର ନାଁରେ ୫ହଜାର କୋଟି ଟଙ୍କାର ଦୁର୍ନୀତି ହୋଇନଥାନ୍ତା ତାହାଲେ ଓଡ଼ିଶାର ସମସ୍ତ ସ୍କୁଲ ଶିକ୍ଷକମାନେ ପୂର୍ଣ୍ଣ ଦରମା ପାଇପାରିଥାନ୍ତେ ଏବଂ ଡ୍ରପଆଉଟ୍ ହାରକୁ ୫୦%ରୁ କମ୍ କରାଯାଇ ପାରିଥାନ୍ତା। ବିରୋଧୀଙ୍କୁ ଅନ୍ଧ ଏବଂ ବିକାଶ ବିରୋଧୀ କହୁଥିବା ବିଜେଡି ନେତା ଥରେ ଏହି ଡ୍ରପଆଉଟ୍ ହାର ଉପରେ ପ୍ରତିକ୍ରିୟା ଦେଲେ ଭଲ ହୁଅନ୍ତା। ଶ୍ରୀ ବିଶ୍ବାଳ କହିଛନ୍ତି ଯେ ଓଡ଼ିଶାରେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢ଼ିବ ସେହି ଭୟରେ ରାଜ୍ୟ ସରକାର ପିଏମ୍ଶ୍ରୀ ଯୋଜନା, ପିଏମ୍ ଉଷା ଯୋଜନା, ମେରିଟି ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାକୁ ରାଜ୍ୟରେ ଲାଗୁ କରୁନାହାନ୍ତି।
[ad_2]