ଖେଳ ଖବର

୨ୟ ଦିନିକିଆ : ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଲକ୍ଷ୍ୟ ରଖିଲା ଭାରତ – bajravana

[ad_1]

କ୍ବେବେରା : ଦକ୍ଷିଣ ଆଫ୍ରିକାର କ୍ବେବେରାଠାରେ ଖେଳାଯାଉଥିବା ୨ୟ ଦିନିକିଆରେ ଭାରତ ୪୬.୨ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବାଭାରତ ଆରମ୍ଭରୁ ଋତୁରାଜ ଗାଇକ୍ବାଡଙ୍କ ଓ୍ବିକେଟ ହରାଇଥିଲା । ତେବେ ସାଇ ସୁଦର୍ଶନ ଓ କେଏଲ ରାହୁଲଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତର ସ୍ଥିତି ସୁଧୁରିଥିଲା । ସୁଦର୍ଶନ ୬୨ ରନ କରିଥିବାବେଳେ ରାହୁଲ ୫୬ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲା । କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରିନଥିଲେ । ରିଙ୍କୁ ସିଂ ୧୭ରନ କରିଥିବାବେଳେ ସଂଜୁ ସାମସନ ୧୨ ରନ କରିଥିଲେ । ଶେଷ ବେଳକୁ ଅର୍ଶଦୀପ ସିଂ ୧୮ ରନ କରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ । ଭାରତ ୪୬.୨ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ନାଣ୍ଡ୍ରେ ବର୍ଗର ୩ଟି ଓ୍ବିକେଟ ନେଇଥିବାବେଳେ କେଶବ ମହାରାଜ ଓ ବ୍ୟୁରାନ ହେଣ୍ଡ୍ରିକ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button