ଦେଶ ବିଦେଶ

ଆତଙ୍କବାଦ ବିରୋଧରେ ଭାରତକୁ ସହଯୋଗର ହାତ ବଢାଇଲା ସୌଦି

Image result for narendra modi and saudi pm

ନୂଆଦିଲ୍ଲୀ, ୨୦।୨: ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଭାରତକୁ ସହଯୋଗର ହାତ ବଢାଇଛନ୍ତି ସୌଦି ଅରବ ରାଜା ମହମ୍ମଦ ବିନ ସଲମାନ। ଦୁଇଦିନିଆ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ସଲମାନ କହିଥିଲେ, ଉଗ୍ରବାଦ ଏବଂ ଆତଙ୍କବାଦ ସମସ୍ତଙ୍କର ପ୍ରମୁଖ ସମସ୍ୟା। ଗୁଇନ୍ଦା ତଥ୍ୟ ଯୋଗାଡ ସମେତ ଅନ୍ୟ ପ୍ରସଙ୍ଗରେ ଭାରତକୁ ଯଥାସମ୍ଭବ ସହଯୋଗ କରିବୁ ବୋଲି ସେ କହିଛନ୍ତି। ଆତଙ୍କବାଦକୁ କୌଣସି ଉପାୟରେ ମଧ୍ୟ ସମର୍ଥନ ଯୋଗାଉଥିବା ଦେଶ ଉପରେ ଚାପ ପକାଇବା ପାଇଁ ଉଭୟ ରାଷ୍ଟ୍ର ରାଜି ହୋଇଥିବା ନେଇ ସଲମାନଙ୍କ ସହିତ ବୈଠକ ପରେ ମୋଦି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button