ଦେଶ ବିଦେଶ

ଦେଶରେ ଶହେ ବର୍ଷ ପୁରାତନ ୩୭ ହଜାରରୁ ଅଧିକ ରେଲଓ୍ବେ ବ୍ରିଜ୍‌

ନୂଆଦିଲ୍ଲୀ: ଦେଶରେ ଶହେ ବର୍ଷରୁ ଅଧିକ ପୁରାତନ ୩୭,୧୬୨ ରେଲଓ୍ବେ ବ୍ରିଜ୍‌ ରହିଛି। ଏନେଇ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହିନ୍‌ ବୁଧବାର ଲୋକସଭାରେ ସୂଚିତ କରିଛନ୍ତି। ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୋହିନ୍‌ କହିଛନ୍ତି ଯେ, ଏହି ପୁରାତନ ବ୍ରିଜ୍‌ ମଧ୍ୟରୁ ପ୍ରାୟ ୩୨ ପ୍ରତିଶତ ଉତ୍ତର ଜୋନ୍‌ରେ ରହିଛି। ପ୍ରତିବର୍ଷ ଏହି ବ୍ରିଜ୍‌ ଗୁଡିକର ଯାଞ୍ଚ୍‌ ଦୁଇଥର ହେଉଛି। ଥରେ ବର୍ଷାଋତୁ ଆରମ୍ଭ ପୂର୍ବରୁ ଏବଂ ଦ୍ୱିତୀୟ ଥର ବର୍ଷାଋତୁ ପରେ। ଦେଶର ଉତ୍ତର ଜୋନ୍‌ରେ ୮,୬୯୧ଟି ପୁରାତନ ବ୍ରିଜ୍‌ ରହିଛି। କେନ୍ଦ୍ରୀୟ ଜୋନ୍‌ରେ ୪,୭୧୦ଟି ବ୍ରିଜ୍‌ ଥିବାବେଳେ ପୂର୍ବ ଜୋନ୍‌ରେ ୩,୧୧୯ଟି ବ୍ରିଜ୍‌ ରହିଛି। ସେହିପରି ଦକ୍ଷିଣ କେନ୍ଦ୍ରୀୟ ଜୋନ୍‌ରେ ୩,୦୪୦ଟି ଏଭଳି ପୁରାତନ ବ୍ରିଜ୍‌ ଥିବାବେଳେ ପଶ୍ଚିମ ଜୋନ୍‌ରେ ୨,୮୫୮ଟି ବ୍ରିଜ୍‌ ରହିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୩,୬୭୫ଟି ବ୍ରିଜ୍‌ର ମରାମତି କରାଯାଇଛି। ଅନ୍ୟ ୩,୦୧୭ଟି ବ୍ରିଜ୍‌ର ମରାମତି ପାଇଁ ବ୍ୟୟ ବରାଦ ହୋଇଥିବା ରେଳ ରାଷ୍ଟ୍ରମନ୍ତ୍ରୀ ସୂଚିତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button