ଅପରାଧ

‘ଷ୍ଟେସନରେ ନୃତ୍ୟ କରନ୍ତୁ ନାହିଁ, ମୋର ଏପରି କରିବା ଭୁଲ ହୋଇଯାଇଛି’: ସୀମା – bajravana

[ad_1]

ନୂଆଦିଲ୍ଲୀ: କିଛିଦିନ ତଳେ ଛତ୍ରପତି ଶିବ‌ାଜୀ ମହାରାଜା ଟର୍ମିନସ ରେଲୱେ ଷ୍ଟେସନରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ଜଣେ ଯୁବତୀ ଟ୍ରେନରୁ ତଳକୁ ଡେଇଁ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଷ୍ଟେସନରେ ଯୁବତୀଙ୍କୁ ଏଭଳି ନୃତ୍ୟ କରିବା ମହଙ୍ଗା ପଡ଼ିଯାଇଛି।

ଏହି ଘଟଣାକୁ କେନ୍ଦ୍ର କରି ମୁମ୍ବାଇ ଆରପିଏଫ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସୀମା କାନ୍ନାଉଜିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏହାପରେ ସୀମା ଏକ ଭିଡିଓ ଜରିଆରେ ନିଜର ଏଭଳି କାର୍ଯ୍ୟକଳାପ ପାଇଁ କ୍ଷମାପାର୍ଥନା କରିଛନ୍ତି। ଏଥିପାଇଁ ସେ ଲୋକମାନଙ୍କୁ ଅନୁରୋଧ କରି କହିଛନ୍ତି, ‘ମୋର ଆପଣମାନଙ୍କୁ ଅନୁରୋଧ ମୋ ଭଳି ଭୁଲ କାମ ରେଳଷ୍ଟେସନରେ କରନ୍ତୁ ନାହିଁ। ରେଳ ଷ୍ଟେସନରେ ରିଲ କରିବା ଦଣ୍ଡନୀୟ ଅପରାଧ।’

ଭାଇରାଲ ହୋଇଥିବା ଭିଡିଓରେ ଟ୍ରେନ ଧୀରେଧୀରେ ଛତ୍ରପତି ଶିବ‌ାଜୀ ଟର୍ମିନସ ରେଲୱେ ଷ୍ଟେସନରେ ପହଞ୍ଚିଥିଲା। ଏତିକି ବେଳେ ଜଣେ ଯୁବତୀ ଟ୍ରେନରୁ ଡେଇଁ ପ୍ଲାଟଫର୍ମରେ ଯାଉଥିବା ଦୁଇ ଯୁବକଙ୍କୁ ଧକ୍କା ଦେଇ ‘ମେରା ଦିଲ ମେରା ଦିୱାନା’ ଗୀତରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।  ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ସୀମାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button