news
କବିତା ଲେଖିବି ଅତୀତକୁ ଭାବି ………….ଭାଗିରଥି ସେନାପତି
କବିତା ଲେଖିବି ଅତୀତକୁ ଭାବି
ଭାଗିରଥି ସେନାପତି
ଏ ନିଦ ଭଙ୍ଗା ସ୍ଵପ୍ନ
ମୋ ଅନ୍ତିମ ରାତି
ଅନେକ ଥର ଅନ୍ଧାର ଆସିଛି ସତ
କିନ୍ତୁ ହଜିଛି ପ୍ରୀତି
ଭୁଲିଛି ସାଥୀ ।
ମୁଁ ଏବେ କୁହୁଡିରେ ଭାସେ
ମିଛି ମିିଛି ହସେ
ସଂଜ ଆସିଲେ କିନ୍ତୁ
ସକାଳକୁ ଋଷେ ।
ଅନେକ କହନ୍ତି
ମୁଁ ଦେବଦାସ ନୁହଁ
କବିତା ଲେଖିବି ଅତୀତକୁ ଭାବି
ତେବେ ମୁ ଲେଖୁଥିବା ଧାଡ଼ି ସବୁ
ଧାଡ଼ି ହେଇ ରହିଥିବେ କଣ?
ଦେବବ୍ରତ ର ଶ୍ୟାମା ପରି
କେହିଜଣେ ଜୀବନରେ ନାହିଁ ବୋଲି। ।
ସେ ଶ୍ୟାମା ହେଇ ନପାରେ
ଯିଏ ଛପି ଛପି ସ୍ୱପ୍ନରେ ଆସେ
ମୁଁ ଦେବବ୍ରତ ହେଇ ନପାରେ
ଯିଏ ଖାଲି କବିତାରେ ଭାସେ ।
ମୁ ତ ସିଏ
ଯିଏ ସ୍ବପ୍ନ ପାଇଁ ଜିଏଁ
ନୀଦ ନଆସୁ ପଛେ
ମିଛି ମିଛି ଶୁଏ ।
ଏସବୁ ଗୋଟେ ଖରାପ ପିଲାର
ପ୍ରେମ କବିତା ହୋଉ ପଛେ
ସ୍ମୃତି ବୋଲି କେହି ଜଣେ
କବିତାରେ ଛପି ଥାଉ
ବାସ୍ ଏତିକି ହିଁ ଚାହେଁ।।।