ମନୋରଞ୍ଜନ

ରିଲ୍‌ ଲାଇଫ୍‌ରେ କିସିଂ ସିନ୍‌ ନ ଦେବାକୁ ପ୍ରତିଜ୍ଞା କରିଥିଲେ ‘’ଦବଙ୍ଗଷ୍ଟାର ବଜରଙ୍ଗୀ ଭାଇଜାନ୍‌ ସଲମାନ୍‌ ଖାଁ’’

Related imageମୁମ୍ବାଇ:- ଫିଲ୍ମରେ ରୋମାନ୍ସ ଓ କିସିଂ  ସିନ୍‌ ନ ରହିଲେ ତାହା ହିଟ୍‌ ହୋଇ ନ ଥାଏ। ନିର୍ଦ୍ଦେଶକ ଫିଲ୍ମରେ କିସିଂ ସିନ୍‌କୁ ଦେଇଥାନ୍ତି ଗୁରୁତ୍ୱ। ତେଣୁ ଅଧିକାଂଶ ଅଭିନେତା ସଫଳତା ପାଇବା ପାଇଁ ଫିଲ୍ମ କାହାଣୀର ଡିମାଣ୍ଡ ଅନୁଯାୟୀ କିସିଂ ସିନ୍‌ କରିଥାନ୍ତି। ତେବେ ବଲିଉଡ୍‌ର ଦବଙ୍ଗଷ୍ଟାର ବଜରଙ୍ଗୀ ଭାଇଜାନ୍‌ ସଲମାନ୍‌ ଖାଁ ନିଜ ଫିଲ୍ମରେ ହିରୋଇନ୍‌କୁ ଭୁଲ୍‌ରେ ବି କିସ୍‌ କରି ନ ଥାନ୍ତି।  ବିନା କିିସିଂ ସିନ୍‌ରେ  ତାଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥାଏ। ନିଜ ଫିଲ୍ମରେ ସଲମାନ୍‌ ହିରୋଇନ୍‌ଙ୍କ ସହ ରୋମାନ୍ସ କରନ୍ତି ମାତ୍ର  ଲିପ୍‌ ଲକ୍‌ ସିନ୍‌ କେବେ କରି ନ ଥାନ୍ତି । ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସଲମାନ୍‌ ନିଷ୍ପତ୍ତି ନେଇଥିଲେ ଯେ, କୌଣସି ହିରୋଇନ୍‌ଙ୍କୁ ଓଠରେ ଚୁମ୍ବନ ଦେବେ ନାହିଁ । ସଲମାନ୍‌ ଏହି ପ୍ରତିଜ୍ଞା ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହାନ୍ତି । ଫିଲ୍ମର ସ୍କ୍ରିପ୍ଟ ପଢି ସେ ସେଥିରେ କୌଣସି କିସ୍‌ ସିନ୍‌ ଅଛି କି ନା ପ୍ରଥମେ ଦେଖି ନିଅନ୍ତି । ସଲମାନ ରିଲ୍‌ ଲାଇଫ୍‌ରେ  ହିରୋଇନ୍‌ଙ୍କୁ ଆଲିଙ୍ଗନ କରିଥିବାବେଳେ ଚୁମ୍ବନ ଦେବାକୁ ପଛାଇଥାନ୍ତି। ଅପରପକ୍ଷରେ ଶାହାରୁଖ ଖାଁ, ଅଜୟ ଦେବଗନ୍‌ ଓ ଅମୀର ଖାଁ ହିରୋଇନ୍‌ଙ୍କୁ ଚୁମ୍ବନ ଦେବାକୁ କେବେ ମଧ୍ୟ କୁଣ୍ଠାବୋଧ କରି ନ ଥାନ୍ତି। ସୁରଜ ବଡଜାତ୍ୟାଙ୍କ ଫିଲ୍ମ ମୈନେ ପ୍ୟାର କିୟାରେ ଭାଗ୍ୟଶ୍ରୀଙ୍କ ସହିତ ଲିପଲକ୍‌ ସିନ୍‌ କରିଛନ୍ତି ସଲମାନ୍‌ ନ୍ତେବେ ପ୍ରକୃତରେ ସଲମାନ୍‌ ଏହି ସିନ୍‌ରେ ଭାଗ୍ୟଶ୍ରୀଙ୍କୁ ଛୁଇଁ ନ ଥିଲେ । ଏହି ଲିପ୍‌ଲକ୍‌ ପାଇଁ ସୁରଜ ବଡଜାତ୍ୟା ଭାଗ୍ୟଶ୍ରୀ ଏବଂ ସଲମାନ୍‌ଙ୍କୁ ଅନେକ ବୁଝାଇଥିଲେ।  ଏପରି ଏକ ସିନ୍‌ ଫିଲ୍ମ ପାଇଁ ଆବଶ୍ୟକ ବୋଲି କହିଥିଲେ ତେବେ ସେମାନେ ରାଜି ହୋଇ ନ ଥିଲେ । ତେଣୁ ଦୁଇଜଣଙ୍କ ମଧ୍ୟରେ ଏକ କାଚ ଗ୍ଲାସ୍‌ ଲଗାଯାଇ ଏହି  ଲିପ୍‌ଲକ୍‌ ସିନ୍‌ ଶୁଟିଂ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button