ଓଡିଶା

ଫେବ୍ରୁଆରି ୧୬ରୁ ଯୁକ୍ତ୨ ପରୀକ୍ଷା: ପରୀକ୍ଷା ଦେବେ ୩ ଲକ୍ଷ ୮୪ ହଜାର – bajravana

[ad_1]

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଫେବ୍ରୁ୍ଆରି ୧୬ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ସମସ୍ତ ବିଷୟର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ୩ଲକ୍ଷ ୮୪ ହଜାର ୫୯୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ରେଗୁଲାରରେ ୩ ଲକ୍ଷ ୫୯ ହଜାର ୩୯ଜଣ ରହିଥିବା ବେଳେ ଏକ୍ସରେଗୁଲାରରେ ୨୫ ହଜାର ୫୫୮ଜଣ ଅଛନ୍ତି। କଳା ବିଭାଗରେ ସର୍ବାଧିକ ୨,୩୬,୪୨୫, ବିଜ୍ଞାନରେ ୧,୧୬,୪୪୭, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ବିଷୟରେ ୫,୭୬୫ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍‌ ପୂର୍ବରୁ ହଲ୍‌ରେ ପ୍ରବେଶ ସହ ସିଟ୍‌ରେ ବସିବେ। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ଏବଂ ୫ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ପୂର୍ବାହ୍ନ ୧୦ଟାରେ ପରୀକ୍ଷାର୍ଥୀ ଉତ୍ତର ଖାତାରେ ଲେଖିବେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରିବାକୁ ସିଏଚ୍‌ଏସ୍‌ଇ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ପରୀକ୍ଷା ଦେବେ ୩ ଲକ୍ଷ ୮୪ ହଜାର
୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ
ସମସ୍ତ କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

ପରିଷଦର ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ଦିନ ଅର୍ଥାତ୍‌ ଫେବ୍ରୁଆରି ୧୬ରେ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ଓ ୧୭‌ରେ କଳା ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ହେବ। ୧୯ ତାରିଖରେ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ ଏବଂ ୨୧ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ। ଫେବ୍ରୁଆରି ୨୪ ତାରିଖରେ କଳା ବିଭାଗର ଇତିହାସ, ମାର୍ଚ୍ଚ ୧ରେ ରାଜନୀତି ବିଜ୍ଞାନ, ୬ରେ ଗୃହ ବିଜ୍ଞାନ, ୧୩ରେ ଭୂଗୋଳ, ୧୪ରେ ଅର୍ଥନୀତି ଓ ପର୍ସନାଲ ମ୍ୟାନେଜ୍‌ମେଣ୍ଟ, ୧୬ରେ ଶିକ୍ଷା, ଭାରତୀୟ ସଙ୍ଗୀତ, ମନୋବିଜ୍ଞାନ, ୧୮ରେ ନୃତତ୍ତ୍ବ ବିଜ୍ଞାନ, ଷ୍ଟାଟିଷ୍ଟିକ୍ସ ଓ ସାମା‌ଜିକ ବିଜ୍ଞାନ ଓ ୨୦ରେ ଲଜିକ୍‌ ପରି ପ୍ରମୁଖ ବିଷୟର ପରୀକ୍ଷା ରହିଛି। ସେହିପରି ବାଣିଜ୍ୟ ବିଭାଗର ୨୪ରେ ବିଜିନେସ୍‌ ଷ୍ଟଡିଜ୍‌ ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ୍‌(ବିଏସ୍‌ଏମ୍‌), ମାର୍ଚ୍ଚ ୧ରେ ବିଜନେସ୍‌ ମାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ(ବିଏମ୍‌ଏସ୍‌), ୧୪ରେ ଫଣ୍ଡାମେଣ୍ଟାଲ୍ସ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆକାଉଣ୍ଟିଂ(ଏଫ୍‌ଏମ୍‌ଏ), ବିଜିନେସ୍‌ ଇକୋନୋମିକ୍ସ(ବିଏସ୍‌ଇ), କଷ୍ଟ ଆକାଉଣ୍ଟିଂ(ସିଏସି), କମ୍ପ୍ୟୁଟର ଆପ୍ଲିକେସନ(ସିଏ), ୨୦ରେ ଆକାଉଣ୍ଟାନ୍ସି ପରି ପ୍ରମୁଖ ବିଷୟ ପରୀକ୍ଷା ରହିଛି।

ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ବିଷୟ ପରୀକ୍ଷା ଫେବ୍ରୁଆରି ୨୨ରେ ହେବାକୁ ଥିବା ବେଳେ ୨୪ରେ ଭୂତତ୍ତ୍ବ ବିଜ୍ଞାନ, ୨୯ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୬ରେ ଗଣିତ, ୧୧ରେ ଜୀବ ବିଜ୍ଞାନ, ୧୩ରେ ଭୂଗୋଳ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, ଇଲେକ୍‌ଟ୍ରୋନିକ୍ସ, ୧୪ରେ ଅର୍ଥନୀତି ବିଷୟର ପରୀକ୍ଷା ହେବ। ଜୀବ ବିଜ୍ଞାନ ପରୀକ୍ଷା ଗୋଟିଏ ସିଟିଂ ଓ ଦୁଇଟି ସେକ୍ସନରେ ଅନୁଷ୍ଠିତ ହେବ। ପ୍ରଥମ ସେକ୍ସନରେ ଉଦ୍ଭିଦ ବିଜ୍ଞାନ ବିଷୟ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ଏବଂ ଦ୍ବିତୀୟ ସେକ୍ସନରେ ପ୍ରାଣୀବିଜ୍ଞାନ ବିଷୟର ପରୀକ୍ଷା ପୂର୍ବାହ୍ନ ୧୧ଟା ୫୦ରୁ ଅପରାହ୍ଣ ୧ଟା ୨୦ ପର୍ଯ୍ୟନ୍ତ ହେବ। ଅନ୍ୟାନ୍ୟ ବିଷୟଗୁଡ଼ିକର ପରୀକ୍ଷା କେଉଁ ଦିନ ଅନୁଷ୍ଠିତ ହେବ ସେନେଇ ସିଏଚ୍‌ଏସ୍‌ଇ ପକ୍ଷରୁ କଲେଜଗୁଡ଼ିକୁ କାର୍ଯ୍ୟସୂଚୀ ଦିଆଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜାନୁଆରି ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପ‌ରିଷଦ ପକ୍ଷରୁ କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button