ଓଡିଶା

ଗାଡ଼ି ଅଛି, ମିଳୁନି ମହାପ୍ରୟାଣ ସେବା – bajravana

[ad_1]

ପୁରୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘୋଷିତ ଭାବେ ବନ୍ଦ ହୋଇଯାଇଛି ମହାପ୍ରୟାଣ ସେବା। ସରକାରୀ ଚିକିତ୍ସାଳୟରୁ ମଶାଣି କିମ୍ବା ସ୍ବର୍ଗଦ୍ବାରକୁ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ରହିଛି। ଗରିବ ବ୍ୟକ୍ତିବିଶେଷ ମାଗଣାରେ ଏହାର ସୁବିଧା ନେବାକୁ ଯୋଜନା ହୋଇଛି। ମାତ୍ର ବହୁଦିନ ହେଲା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ସେବା ଉପଲବ୍ଧ ହେଉନାହିଁ। ମହାପ୍ରୟାଣ ଗାଡ଼ି ଅଛି, କିନ୍ତୁ ଏହାକୁ ଚଳେଇବା ପାଇଁ ଡ୍ରାଇଭରଟିଏ ଏଯାଏ ନିଯୁକ୍ତି ଦିଆଯାଇ ହୋଇପାରୁ ନଥିବାରୁ ଏପରି ଅବ୍ୟବସ୍ଥା ଲାଗିରହିଛି। ସରକାରୀ ବ୍ୟବସ୍ଥାର ଲମ୍ବା ପ୍ରକ୍ରିୟା ଭିତରେ ଏହି ଯୋଜନା ଯେମିତି ଉପହାସ ପାଲଟିଯାଇଛି।

ପରିବାର ସ୍ବଜନ ଚାଲିଯିବାର ଦୁଃଖ ସମୟରେ ଯଦି କେହି ମହାପ୍ରୟାଣ ଗାଡ଼ି ପାଇଁ ପଚାରୁଛି, ତେବେ ତାକୁ ରୋକ୍‌ଠୋକ୍‌ କୁହାଯାଉଛି ଡାକ୍ତରଖାନା ବାହାରେ ଶବବୁହା ଗାଡ଼ି ଅଛି, ଭଡ଼ାରେ ନେଇଯାଅ। ତେଣେ ପରିବାର ଜନଙ୍କୁ ହରାଇବାର ଦୁଃଖ, ଏଣେ ମହାପ୍ରୟାଣ ସେବା କଥା ପଚାରିବା ପରେ ନିରାଶ ହେବା ଯନ୍ତ୍ରଣା ବଢ଼ାଇ ଦେଉଛି। କିଛି ବ୍ୟକ୍ତି ଯଦି ଅର୍ଥ ଥାଏ ବାହାରୁ ଶବବାହକ ଗାଡ଼ି ନେଉଛନ୍ତି। ନଚେତ କମ୍‌ ଖର୍ଚ୍ଚ ପାଇଁ ଅଟୋର ବ୍ୟବସ୍ଥା କରୁଛନ୍ତି। ଅତୀତରେ ଟ୍ରଲିରେ ମଧ୍ୟ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ଶବ ନେବାର ଦୃଶ୍ୟ ସାମ୍ନାକୁ ଆସିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ମହାପ୍ରୟାଣ ମାର୍ଗଦର୍ଶିକା ମୁତାବକ ସରକାରୀ ଚିକିତ୍ସାଳୟରୁ ଘରକୁ କିମ୍ବା ମଶାଣିକୁ ଶବ ନେବା ପାଇଁ ପୁରୀରେ ୨ଟି ମହାପ୍ରୟାଣ ଗାଡ଼ିର ଆବଶ୍ୟକତା ରହିଛି। କିନ୍ତୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ବି ଗାଡ଼ି ଉପଲବ୍ଧ ହେଉନାହିଁ। କେତେବେଳେ ‌ଡ୍ରାଇଭର ସମସ୍ୟା ତ କେବେ ଗାଡ଼ି ଅଚଳ ହୋଇଯାଇଛି ବୋଲି କୁହାଯାଉଛି। କିନ୍ତୁ ବାସ୍ତବରେ ‌ବହୁଦିନ ହେଲା ଏହି ମହାପ୍ରୟାଣ ଗାଡ଼ି ସେବା ଯୋଗାଇବା ପାଇଁ ଉପଲବ୍ଧ ହେଉନାହିଁ। ଫଳରେ ଗରିବ ଲୋକମାନେ ବାଧ୍ୟ ହୋଇ ଡାକ୍ତରଖାନା ବାହାରେ ରହୁଥିବା ଶବ ବାହାକ ଗାଡ଼ିଗୁଡ଼ିକୁ ୧୦୦୦ରୁ ୧୫୦୦ ଟଙ୍କା ଭଡ଼ା ସୂତ୍ରରେ ଆଣି ମୃତଦେହ ନେଉଛନ୍ତି।

ପୁରୀ ମୁଖ୍ୟ ଚିକିତ୍ସାଳୟରେ ମାସକୁ ପ୍ରାୟ ୩୨ ଜଣ ମୃତ୍ୟୁବରଣ କରୁଥିବା ବେଳେ ସିଏଚ୍‌ସି, ୟୁପିଏଚ୍‌ସି, ପିଏଚ୍‌ସି, ୟୁସିଏଚ୍‌ସି ଆଦି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହିସାବକୁ ନେଲେ ପୁରୀ ଜିଲ୍ଲାରେ ସରକାରୀ ଚିକିତ୍ସାଳୟରେ ‌ମାସିକ ହାରାହାରି ୪୨ ଜଣଙ୍କର ମୃତ୍ୟୁ ହେଉଛି। ଦୈନିକ ମୃତ୍ୟୁ ହାର ୧.୪ ରହିଥିବାରୁ ଅତି କମ୍‌ରେ ଦୁଇଟି ଡିବିସି ବା ମହାପ୍ରୟାଣ ଗାଡ଼ି ଉପଲବ୍ଧ ହେବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ମହାପ୍ରୟାଣ ମାର୍ଗଦର୍ଶିକାରେ ଦର୍ଶାଯାଇଛି। ଅଥଚ ଜିଲ୍ଲାରେ ଦୁଇଟି ତ ଦୂରର କଥା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ବି ମହାପ୍ରୟାଣ ଗାଡ଼ି ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର। ସରକାରୀ ଚିକିତ୍ସାଳୟ‌ର ଶୋଚନୀୟ ଅବସ୍ଥା ସମ୍ପର୍କରେ ଜାଣିଥିଲେ ବି ସେମାନେ ବାଧ୍ୟ ହୋଇ ଟଙ୍କା ଅଭାବରୁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ଯଦି କେହି ସ୍ବଜନଙ୍କୁ ହରାଉଛି ତେବେ ଘର ପର୍ଯ୍ୟନ୍ତ ଶବ ନେବାକୁ ବି ସେ ଆଶ୍ରା ଖୋଜୁଛି। ଲୋକେ ଜାଣିବା ପାଇଁ ମହାପ୍ରୟାଣ ଗାଡ଼ିର ଯୋଗାଯୋଗ ନମ୍ବର ଓ ଏହି ସୁବିଧା ସମ୍ପର୍କରେ ଚିକିତ୍ସାଳୟର କୌଣସି ସ୍ଥାନରେ ଉଲ୍ଲେଖ କରାଯିବା କଥା ମାର୍ଗଦର୍ଶିକାରେ କୁହାଯାଇଛି। କିନ୍ତୁ ଏ ସମ୍ପର୍କରେ କେଉଁଠି ଧାଡ଼ିଟିଏ ଲେଖା ହୋଇନାହିଁ। ହେଲେ ‌ଏଠି ଗାଡ଼ି ନାହିଁ କି କମିଟି କାମ କରୁନାହିଁ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ମହାପ୍ରୟାଣ ଗାଡ଼ି ସମ୍ପର୍କରେ ଏଡିଏମ(ସାଧାରଣ ପ୍ରଶାସନ)ଙ୍କୁ ଚିଠି ଦିଆଯାଇଛି। ଆଗକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button