ଖେଳ ଖବର

ହାର୍ଦ୍ଦିକ ପାଣ୍ଡ୍ୟା ହେବେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ – bajravana

[ad_1]

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନୂଆ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଜଣେ ନୂଆ ଅଧିନାୟକଙ୍କ ସହ ଖେଳିବାକୁ ଯାଉଛି। ସେ ହେଉଛନ୍ତି ନିର୍ଭରଯୋଗ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଏ ସଂପର୍କରେ ଘୋଷଣା କରିବା ସହ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଧନ୍ୟବାଦ ଜଣାଇଛି। ଗତ କିଛି ସିଜନରେ ଏହି ମହାନ ଅଧିନାୟକ ଚମତ୍କାର ପ୍ରଦର୍ଶନ କରି ଦଳକୁ ଚାମ୍ପିୟନ କରି ଟୁର୍ଣ୍ଣାମେଣ୍ଟର ଏକ ସଫଳ ଦଳରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ ବୋଲି ‘ଏମଆଇ’ କହିଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଚଳିତ ବର୍ଷ ୧୫ କୋଟି ଟଙ୍କା ଦେଇ ଗୁଜୁରାଟ ଟାଇଟାନ୍ସଠାରୁ କିଣିଥିଲା। ଗତ ଦୁଇ ସିଜନରେ ଏହି ଅଲରାଉଣ୍ଡର ଗୁଜୁରାଟ ଦଳର ନେତୃତ୍ୱ ନେଇଥିଲେ। ନିଜର ପ୍ରଥମ ସିଜନରେ ହାର୍ଦ୍ଦିକ ଅଧିନାୟକ ଭାବେ ଦଳକୁ ଆଇପିଏଲ୍ ଚାମ୍ପିୟନ କରିଥିବା ବେଳେ ଦଳ ଗତ ସିଜନରେ ଉପବିଜେତା ହୋଇଥିଲା। ଅନ୍ୟପକ୍ଷରେ ରୋହିତ ଶର୍ମା ନିଜ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ୍ ଚାମ୍ପିୟନ କରିଥିଲେ।

ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ପ୍ରସଙ୍ଗରେ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ୍ (ପରଫର୍ମାନ୍ସ) ମାହେଲା ଜୟବର୍ଦ୍ଧନେ କହିଛନ୍ତି, ପରମ୍ପରାକୁ ବଜାୟ ରଖିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ହେଉଛି ଏମଆଇର ଚିନ୍ତାଧାରା ଓ ଏହା ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ହରଭଜନ ସିଂହ ଏବଂ ରିକି ପଣ୍ଟିଂଙ୍କଠାରୁ ଆରମ୍ଭ କରି ରୋହିତ ଶର୍ମାଙ୍କ ପର୍ଯ୍ୟନ୍ତ ମହାନ ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ସଦୃଢ ଦଳରେ ପରିଣତ କରିବା ସହ ଏହାକୁ ଭବିଷ୍ୟତ ପାଇଁ



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button