ମନୋରଞ୍ଜନ

୧୦୦ଏକର ଜମିରେ ନିର୍ମାଣ ହୋଇଥିଲା ‘ସାଲାର’ର ସୁଟିଂ ସେଟ୍ – bajravana

[ad_1]

ମୁମ୍ବାଇ: ହୋମ୍ବଲେ ଫିଲ୍ମସ୍ ଭାରତୀୟ ସିନେମାର ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ମଧ୍ୟରୁ ଅନ୍ୟତମ। ଏହି ପ୍ରଡକ୍ସନ୍ ହାଉସ୍ ‘କେଜିଏଫ୍ ପାର୍ଟ ୧’ ଏବଂ ୨ ଓ ‘କାନ୍ତାରା’ ଭଳି ଫିଲ୍ମର ପ୍ରଯୋଜନା କରି ଦର୍ଶକଙ୍କ ମନୋରଞ୍ଜନ କରିଛି। ବର୍ତ୍ତମାନ ହୋମ୍ବଲେ ଫିଲ୍ମସ ଏହାର ପରବର୍ତ୍ତୀ ବଡ ବଜେଟ ଫିଲ୍ମ ‘ସାଲାର ପାର୍ଟ- ୧’ର ପ୍ରଯୋଜନା କରିଛି। ଫିଲ୍ମରେ ବାହୁବଲୀ ତାରକା ପ୍ରଭାସ ମୁଖ୍ୟ ଭୂମିକାରେ ଥିବା ବେଳେ ‘କେଜିଏଫ’ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଜବରଦସ୍ତ ପ୍ରତିକ୍ରିୟା ମିଳିବା ପରେ ଫିଲ୍ମକୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି।

ଡିସେମ୍ବର ୨୨ରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଫିଲ୍ମର ସିନେମାଟୋଗ୍ରାଫର ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, “ଆମେ ଫିଲ୍ମର ସୁଟିଂ ପାଇଁ ରାମୋଜି ଫିଲ୍ମ ସିଟି ଭିତରେ ଆଉ ଏକ ରାମୋଜି ଫିଲ୍ମ ସିଟି-୨ ନିର୍ମାଣ କରିଥିଲୁ। ପ୍ରାୟ ୧୦୦ଏକରରୁ ଅଧିକ ଅଞ୍ଚଳରେ ସୁଟିଂ ସେଟ୍ ନିର୍ମାଣ କରାଯାଇଛି। ମୋ ମତରେ, ‘ସାଲାର’ର ବଜେଟ ‘କେଜିଏଫ’ଠାରୁ ପାଞ୍ଚ ଗୁଣ ଅଧିକ। ଏହା ଭାରତୀୟ ଚଳଚ୍ଚିତ୍ରର ସୁଟିଂ ପାଇଁ ନିର୍ମାଣ ହୋଇଥିବା ସବୁଠାରୁ ବଡ ସେଟ୍ ମଧ୍ୟରୁ ଗୋଟିଏ। ”

ଫିଲ୍ମଟିରେ ଆକ୍ସନ ସହ ରୋମାଞ୍ଚ ବି ଦେଖିବାକୁ ମିଳିବ । କିଙ୍ଗ ଶାହରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ସହ ରିଲିଜ୍ ହେବ ‘ସାଲାର’। ଦର୍ଶକ କେଉଁ ଫିଲ୍ମକୁ ଅଧିକ ଭଲପାଇବା ଦେବେ, ତାହା ଦେଖିବାକୁ ବାକି ରହିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button