ଖେଳ ଖବର

ବିଶ୍ବକପ ହାରିବା ପରେ ପ୍ରଥମ କରି ନିଜର ପ୍ରତିକ୍ରିୟା ଦେଲେ ରୋହିତ – bajravana

[ad_1]

ନୂଆଦିଲ୍ଲୀ: ଭାରତ- ଅଷ୍ଟ୍ରେଲିଆ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ପୂରା ଦେଶବାସୀ ସ୍ତବ୍ଧ ହୋଇ ଯାଇଥିଲେ। ଭାରତ ବିଶ୍ବକପ୍‌ ହାରିବାକୁ ପ୍ରାୟ ମାସେ ବିତିଥିବା ବେଳେ ପରାଜୟର ଦୁଃଖ ଏଯାଏ ଲୋକଙ୍କ ମନରୁ ଯାଇପାରିନାହିଁ। ଯଦି ଆମେ ସାଧାରଣ ଲୋକ ହୋଇ ସେ ଦୁଃଖକୁ ଭୁଲିପାରୁନେ, ତେବେ ପଡ଼ିଆରେ ଖେଳିଥିବା ସେ ଖେଳାଳିମାନଙ୍କ ଅବସ୍ଥା କିପରି ଥିବ? କିଭଳି ଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ମାନସିକ ଅବସ୍ଥା? ଏହି କିଛିଟା ପ୍ରଶ୍ନ ବିଶ୍ବକପ ଶେଷ ହେବା ପରଠାରୁ କ୍ରିକେଟ ପ୍ରେମୀ ପଚାରୁଥିବା ବେ‌ଳେ ରୋହିତ୍ ଏହାର ଜବାବ ଦେଇଛନ୍ତି।

ରୋହିତଙ୍କ ଏକ ଭିଡିଓ ଇନଷ୍ଟାରେ ସେୟାର କରାଯାଇଛି, ଯେଉଁଥିରେ ‌ବିଶ୍ବକପ ହାରିବା ପରେ ତାଙ୍କ ମାନସିକ ସ୍ଥିତି କିଭଳି ଥିଲା, ତାହା ଜଣାଇଛନ୍ତି।

ଭିଡିଓରେ ସେ କହୁଛନ୍ତି ଯେ, “ବିଶ୍ବକପ ହାରିବା ଦିନଠୁ ମୁଁ କିଭଳି ନିଜକୁ ସମ୍ଭାଳିବି ଜାଣିପାରୁନଥିଲି। ମୁଁ କ’ଣ କରିବି ଜାଣିପାରୁନଥିଲି। ହେଲେ ମୋ ପରିବାର, ମୋର ବନ୍ଧୁମାନେ ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲେ। ମୋ ଚାରିପାଖରେ ଜିନିଷକୁ ସାଧାରଣ ରଖିବା ସହ ଯେମିତି କିଛି ଘଟିନାହିଁ ସେଭଳି ଅନୁଭବ କରାଇଥିଲେ। ବିଶ୍ବକପ ହାରିବାର ଦୁଃଖକୁ ଭୁଲିବା ସହଜ ନଥିଲା। ହେଲେ ଆମକୁ ଜୀବନରେ ଆଗକୁ ବଢ଼ିବାକୁ ହେବ। କିନ୍ତୁ ସତ କହିବାକୁ ଗଲେ ଏହା କଠିନ ଥିଲା। ଏତେ କଡ଼ା ପରିଶ୍ରମ ପରେ ଆମେ ଯେତେବେ‌ଳେ ହାରିଥିଲୁ, ତାକୁ ଗ୍ରହଣ କରିବା କଷ୍ଟକର ଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button