ଚା’ ବିକାଳି ଓ ତାର ସାଥୀଙ୍କ ଦ୍ବାରା ଅଧିକାରୀଙ୍କ ଝିଅ ଗଣଦୁଷ୍କର୍ମର ଶିକାର – bajravana
[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅଧିକାରୀଙ୍କ ଝିଅଙ୍କୁ ହସ୍ପିଟାଲ ବାହାରେ ଚା’ ବିକ୍ରି କରୁଥିବା ଯୁବକ ଓ ତାର ସାଥୀମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ପୀଡ଼ିତା ଜଣେ ଅଧିକାରୀଙ୍କ ଝିଅ। ସେ ସହରର ଏକ ନାମୀ କଲେଜରେ ପାଠ ପଢ଼ନ୍ତି। ଅସୁସ୍ଥତା ହେତୁ ଅଧିକାରୀଙ୍କ ଝିଅ ଚିକିତ୍ସା ପାଇଁ କେଜିଏମୟୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ଏହି ସମୟରେ ହସ୍ପିଟାଲ ବାହାରେ ଥିବା ଚା’ ଦୋକାନରେ ଯୁବତୀ ଚା’ ପିଉଥିବା ବେଳେ ଚା’ ବିକାଳି ସତ୍ୟମଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଯାଇଥିଲା।
ଏଭଳି କଥା ସମୟରେ ଚା’ ବିକାଳି ଯୁବତୀଙ୍କ ଗାଡ଼ିରେ ଫୋନ ଚାର୍ଜ କରିବାକୁ କହିଥିଲେ। ଯୁବତୀ ଜଣକ ଯେମିତି କାର ଖୋଲିଛନ୍ତି ଚା’ ବିକାଳି ଓ ତାର ସାଥୀମାନେ ତାଙ୍କ ଠାରୁ ଚାବି ଛଡ଼ାଇ ନେଇଥିଲେ। ଆଉ ଯୁବତୀଙ୍କୁ ଜୋରଜବରଦସ୍ତ ଗାଡ଼ିରେ ବସାଇ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିବା ପରେ ପଲିଟେକ୍ନିକ ଛକରେ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଯୁବତୀ ଜଣକ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଘରେ ପହଞ୍ଚି ଘଟଣା ବିଷୟରେ ଜଣାଇଥିଲେ।
ଏହାପରେ ପୀଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରେ ପୁଲିସ ଦୁଷ୍କର୍ମକାରୀ ଚା’ ବିକାଳି ସତ୍ୟମ ସହିତ ତାର ସାଥୀ ଅସଲମ ଓ ସୁହୈଲଙ୍କୁ ଗିରଫ କରିଛି।
[ad_2]