ମନୋରଞ୍ଜନ

ଦୁଃଖ ବଖାଣି ସୋଏବ କହିଲେ,‘ସେ ଦିନ କଥା ମନେ ପଡ଼ିଲେ ଲୋମମୂଳ ଟାଙ୍କୁରି ଉଠେ’ – bajravana

[ad_1]

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା ସୋଏବ ଇବ୍ରାହିମ ‘ଝଲକ ଦିଖଲା ଯା -୧୧’ରେ ନିଜର ନୃତ୍ୟ ଦ୍ବାରା ଧମାଲ କରୁଛନ୍ତି। ‌ସୋଏବଙ୍କ ନୃତ୍ୟ ପ୍ରଦର୍ଶନ ଦେଖି ବିଚାରପତି ବି ବେଶ ଖୁସି ଅଛନ୍ତି।

ନିକଟରେ ସୋଏବ ଦେଇଥିବା ଏକ ସାକ୍ଷାତକାରରେ ନିଜର କ୍ୟାରିୟର, ସ୍ତ୍ରୀ ଓ ପୁଅ ରୁହାନଙ୍କୁ ନେଇ ଅନେକ କଥା ଆଲୋଚନା କରିଛନ୍ତି। ଏହି ଆଲୋଚନା ଭିତରେ ସୋଏବ ୨୦୨୧ ମସିହାର ଦୁଃଖକୁ ମନେ ପକାଇଛନ୍ତି। ଆଉ କହିଛନ୍ତି, ‘ମୁଁ ୨୦୨୧ରେ ମୋର ପ୍ରଥମ ସନ୍ତାନକୁ ହରାଇ ଦେଇଥିଲି। ଲକଡାଉନ ଥିବା ବେଳେ ଦୀପିକା ପ୍ରଥମଥର କନସିଭ କରିଥିଲେ। କିନ୍ତୁ ଆଗାମୀ ସମୟରେ ଆମର ଗର୍ଭ ନିଷ୍ଟ ହୋଇଯାଇଥିଲା।

ଦୁହିଁଙ୍କ ପାଇଁ ଏହା ବହୁତ କଷ୍ଟ ଓ ଦୁଃଖର ସମୟ ଥିଲା। ସବୁ ଇଚ୍ଛ‌ା ତ ସେ ଉପରବାଲାର। ଧୀରେଧୀରେ ଆମେ ଦୁହେଁ ମନକୁ ବୁଝାଇ ଆଗକୁ ବଢ଼ିଥିଲୁ। ୨୦୨୨ ନଭେମ୍ବର ୨୫ରେ ଆମ ଦୁହିଁଙ୍କ ପାଖକୁ ପୁଣି ସେଇ ଖୁସି ଫେରି ଆସିଥିଲା। ଅର୍ଥାତ ଦୀପିକା ମା’ ହେବାକୁ ଯାଉଛନ୍ତି ବୋଲି ମୁଁ ଜାଣିବାକୁ ପାଇଥିଲି।

ତିନିମାସ ପର୍ଯ୍ୟନ୍ତ ଆମେ ଏହି ଖୁସି ଖବରକୁ କାହାକୁ ଜଣାଇ ନଥିଲୁ। ପରେ ସବୁକିଛି ଠିକ ହେଲା ପରେ ପ୍ରଥମେ ପରିବାରଲୋକଙ୍କୁ ତା’ପରେ ଆମ ଫ୍ୟାନମାନଙ୍କୁ ଜଣାଇଥିଲୁ।

ପୁଅ ଜନ୍ମ ପ‌ରେ ଦୀପିକା ଇଣ୍ଡଷ୍ଟ୍ରି ଛାଡ଼ି ଦେଇଥିବା କୁହାଯାଉଛି। କିନ୍ତୁ ସେ ଛାଡ଼ି ନାହାନ୍ତି। ଏବେ ପୁଅକୁ ସମୟ ଦେଉଛନ୍ତି। ପୁଅ ବଡ଼ ହୋଇଗଲେ ସେ ପୁଣି କର୍ମକ୍ଷେତ୍ରକୁ ଫେରି ଆସିବେ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button