ଅପରାଧ

ବାପାଙ୍କଠାରୁ ଟଙ୍କା ଝଡ଼ାଇବାକୁ ନିଜ ଅପହରଣ ଯୋଜନା କରିଥିଲା ପୁଅ: ଧରାପଡ଼ି ଥାନାରେ ଅଟକ – bajravana

[ad_1]

ପାଲ୍‌ଘର: ବାପାଙ୍କଠାରୁ ଟଙ୍କା ଝଡ଼ାଇବା ଲାଗି ମହାରାଷ୍ଟ୍ରର ପାଲ୍‌ଘର ଜିଲ୍ଲାରେ ନିଜ ଅପହରଣ ଯୋଜନା କରିଥିବା ଜଣେ ୨୦ ବର୍ଷିୟ ଯୁବକ ଧରାପଡ଼ିଥିବା କଥା ଆଜି ପୁଲିସ କହିଛି।

ଡିସେମ୍ବର ୭ ତାରିଖ ଦିନ ପୁଅ ଘରୁ ଯାଇ ଆଉ ଫେରି ନାହିଁ ବୋଲି ବସଈ ଅନ୍ତର୍ଗତ ଫାଦେରୱାଡ଼ି ଅଞ୍ଚଳର ଜଣେ ବାସିନ୍ଦାଙ୍କଠାରୁ ବାଲିବ୍‌ ପୁଲିସ ଅଭିଯୋଗ ପାଇବା ପରେ ଡିସେମ୍ବର ୮ ତାରିଖ ଦିନ ନିରୁଦ୍ଦିଷ୍ଟ ମାମଲା ରୁଜୁ କରିଥିଲା।

ପୁଲିସ ଏହି ମାମଲାର ତଦନ୍ତ କରିବା ସମୟରେ ଅଭିଯୋଗକାରୀ ପୁଅଠାରୁ ଫୋନ୍‌ କଲ୍‌ ପାଇଲେ। ପୁଅ କହିଲା ଯେ, ୩ଜଣ ଲୋକ ତାକୁ ଅପହରଣ କରି ନେଇ ବନ୍ଦୀ କରି ରଖିଛନ୍ତି। ସେମାନେ ୩୦,୦୦୦ ଟଙ୍କା ମାଗୁଛନ୍ତି। ନ ଦେଲେ ମତେ ମାରି ପକାଇବେ ବୋଲି କହୁଛନ୍ତି।

Image Courtesy of Times of India

ଟଙ୍କା ପୈଠ କରିବା ଲାଗି ପୁଅ ବାପାଙ୍କ ନିକଟକୁ ଏକ ‘କ୍ୟୁଆର୍‌’ କୋଡ୍‌ ବି ପଠାଇଲା।

ତା’ପରେ ଅପହୃତ ପୁଅର ସନ୍ଧାନ ନେବା ଲାଗି ୪ଟି ଟିମ୍‌ ଗଠନ କରି ପୁଲିସ ବସଈ, ବିରାର୍‌, ନଲ୍ଲାସୋପାରା ଓ ଅନ୍ୟାନ୍ୟ ସ୍ଥାନରେ ତଲାସ କଲା। ବିଭିନ୍ନ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ତଲାସ ଚଳାଇ ଶନିବାର ଦିନ ପୁଲିସ ବସଈ ଫାଟାରୁ ପୁଅକୁ ଧରିଲା।

ତାକୁ ପଚରାଉଚରା କରି ପୁଲିସ ଜାଣିଲା ଯେ, ତା’ର କିଛି ଟଙ୍କା ଦରକାର ଥିଲା କିନ୍ତ, ବାପା ଦେଉ ନ ଥିଲେ। ତେଣୁ, ବାପାଙ୍କଠାରୁ ଟଙ୍କା ନେବା ପାଇଁ ସେ ଅପହରଣ ଯୋଜନା କରିଥିଲା।

ପୁଲିସ ତାକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button