ଦେଶ ବିଦେଶ

ଯୌତୁକ ଚାପରେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା – bajravana

[ad_1]

ନୂଆଦିଲ୍ଲୀ, ୮/୧୨ : କେରଳରେ ଘଟିଛି ଏକ ଘଟଣା । ଯୌତୁକ ଚାପରେ ଆତ୍ମହତ୍ୟା କରିଦେଲେ ଡାକ୍ତରୀ ଛାତ୍ରୀ । ପୁଅ ଘର ଦାବି କରୁଥିଲେ ବିଏମଡବ୍ଲୁ କାର୍ । ୨୬ ବର୍ଷୀୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଶାହାନାଙ୍କ ମୃତଦେହ ଥରୁଅନନ୍ତପୁରମ ସ୍ଥିତ ମେଡିକାଲ କଲେଜ ପାଖରେ ଥିବା ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି । ତାଙ୍କର ହେବାକୁ ଥିବା ଶ୍ବଶୂର ଘର ଲୋକେ ବହୁ ଅଧିକା ଯୌତୁକ ଦାବି କରୁଥିଲେ । ଛାତ୍ରୀଙ୍କ ଘର ଲୋକ ଏତେ ଦେଇ ପାରିବେ ନାହିଁ କହିବାକୁ ବାହାଘର ଭାଙ୍ଗି ଯାଇଥିଲା । ଏହା ପରେ ଶାହାନା ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଛାତ୍ରୀଜଣଙ୍କ ସେହି ଅନୁଷ୍ଠାନର ଜଣେ ପିଜି ଛାତ୍ରଙ୍କୁ ଭଲ ପାଉ ଥିଲେ । ବାହାଘର ମଧ୍ୟ ଠିକ୍ ହୋଇଥିଲା । କିନ୍ତୁ ପୁଅ ଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ । ସୁନା, ଜମି ସହ ବିଏମଡବ୍ଲୁ କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ମାଗୁଥିଲେ । ହେଲେ ତାଙ୍କ ପୁରୁଷ ବନ୍ଧୁ ଯୌତୁକ ନଦେଲେ ବିବାହ କରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button