ଓଡିଶା

ନନ୍ଦନକାନନରୁ ସମ୍ବଲପୁରକୁ ଆସିଲେ ୮ କୃଷ୍ଣସାର – bajravana

[ad_1]

ସମ୍ବଲପୁର: ନନ୍ଦନକାନନ ଚିଡ଼ିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ଆସିଛନ୍ତି ୮ଟି କୃଷ୍ଣସାର ମୃଗ। ଏଥିରେ ୪ଟି ପୁରୁଷ ଓ ୪ଟି ମହିଳା କୃ୍ଷ୍ଣସାର ମୃଗ ରହିଛନ୍ତି। ଏହି ବିରଳ ପ୍ରଜାତିର କୃଷ୍ଣସାର ଭାରତର ବହୁତ କମ୍ ଦେଖାଯାଆନ୍ତି। ଓଡ଼ିଶାରେ କେବଳ ଗଂଜାମ ଜିଲ୍ଲାର କେତେକ ଜଂଗଲରେ ଦେଖିବାକୁ ମିଳନ୍ତି। ଏହି କୃଷ୍ଣସାର ପ୍ରତି ବଦଳରେ ସମ୍ବଲପୁର ଚିଡ଼ିଆଖାନାରୁ ନନ୍ଦନକାନ ଚିଡ଼ିଆଖାନାକୁ ୭ଟି ଚୌଶିଙ୍ଘା ପଠାଯିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟର ମଂଜୁରି କ୍ରମେ ଏହି ବନ୍ୟପ୍ରାଣୀ ବିନିମୟ ସମ୍ଭବ ହୋଇଛି। ଏହି ସୁନ୍ଦର, ଚତୁର ତଥା ରାଜକୀୟ ଠାଣି ଭରା କୃଷ୍ଣସାର ମୃଗ ସମ୍ବଲପୁର ପହଂଚିବା ପରେ ଗୋଟିଏ ମାସ ପାଇଁ ସଂଘରୋଧରେ ରଖାଯାଇଛି। ‌ଗୋଟିଏ ମାସର ସଂଘରୋଧର ଅବଧି ପୂରିବା ପରେ ଅର୍ଥାତ ଆସନ୍ତ ଜାନୁଆରି ମାସରୁ ଚିଡ଼ିଆଖାନାକୁ ଆସୁଥିବା ଲୋକେ ‌ଦେଖିପାରିବେ।

ଅପରପକ୍ଷରେ ସମ୍ବଲପୁର ଚିଡ଼ିଆଖନାରେ ନିର୍ମାଣାଧୀନ ଅର୍ଚ୍ଚଡ ଓ ଗୋଲାପ ବଗିଚା ଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି। ନୂଆବର୍ଷ ଠାରୁ ଏହି ଦୁଇ ବଗିଚା ଲୋକଙ୍କ ପାଇଁ ଖୋଲି ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏବେ ଚିଡ଼ିଆଖାନାରେ ଏବେ କଲରାପତରିଆ ବାଘ, ସମ୍ଭର, ଚୌଶିଙ୍ଘା, ହରିଣ, ଭାଲୁ, ଅଜଗର ସହିତ ୧୫ଟି ପ୍ରଜାତିର ବନ୍ୟପ୍ରାଣୀ ରହିଛନ୍ତି। ସେମାନଙ୍କ ପାଇଁ ୨୭ଟି ଏନ୍‌କ୍ଲୋଜର ତିଆରି କରାଯାଇଛି। ଶିଶୁ ଉଦ୍ୟାନରେ ନୂଆକରି ନିର୍ମିତ କୃତ୍ରିମ ଝରଣା ବି ଆକର୍ଷଣୀୟ ହୋଇଛି। ଦେଶର ବହୁ ସଂଖ୍ୟକ ଚୌଶିଙ୍ଘା ଥିବା ଚିଡ଼ିଆଖାନା ମଧ୍ୟରୁ ସମ୍ବଲପୁର ଚିଡ଼ିଆଖାନା ଅନ୍ୟତମ ବୋଲି ସୂଚନା ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button