ହାତୀ ମଣିଷ ଲଢ଼େଇରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ – bajravana
[ad_1]
ଓଡ଼ିଶାରେ ଖୋଲିବ ହାତୀଙ୍କ ପାଠଶାଳା
ଭୁବନେଶ୍ବର: ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ଅନେକଙ୍କ ଜୀବନ ଯାଉଛି। ଏଥିରେ ମୃତ୍ୟୁ ହେଉଥିବା ଲୋକଙ୍କୁ ଅନୁକମ୍ପା ଦେବା ପାଇଁ ଅନୁକମ୍ପା ୱେବ ସାଇଟ ଅଛି। ସବୁ ଡିଭିଜନକୁ ପଇସା ଦିଆଯାଇଛି। ତୁରନ୍ତ ସେମାନେ ଅନଲାଇନରେ ଆବେଦନ କଲେ ଅନୁକମ୍ପା ମିଳିବ। ଏବେ ଏହି ଅନୁକମ୍ପା ରାଶିକୁ ବଢ଼ାଯାଇଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ।
ସେ ଆହୁରି କହିଛନ୍ତି, ହାତୀ ମଣିଷ ଲଢ଼େଇରେ ମୃତ୍ୟୁ ହେଲେ ୬ ଲକ୍ଷ , ଫସଲ ନଷ୍ଟ ହେଲେ ଏକର ପିଛା ୨୦ ହଜାର ଟଙ୍କା ଓ ବଦଳ ଓ ଗାଈ ମରିଲେ ମଧ୍ୟ ଅନୁକମ୍ପା ରାଶି ବଢ଼ାଯାଇଛି। ଏ ରାଶିକୁ ବଢ଼ାଯିବାର କାରଣ ହେଲା ଲୋକମାନେ ବନ୍ୟ ଜନ୍ତୁଙ୍କ ପ୍ରତି ଆକ୍ରୋଶ ମନୋଭାବ ରଖିବେ ନାହିଁ। ହାତୀ ମଣିଷ ଲଢ଼େଇରେ ବର୍ଷକୁ ପ୍ରାୟ ୬୦ ଜଣଙ୍କ ଜୀବନ ଯାଉଛି। ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକତା ରହିଛି। ଯେଉଁଠାରେ ହାତୀ ରହୁଛନ୍ତି ସେ ଜାଗାକୁ ନ ଗଲେ ୫୦ ପ୍ରତିଶତ ହାତୀ ମଣିଷ ଲଢ଼େଇ କମିଯିବ। ଲୋକମାନେ ଏହାକୁ ଖାତିର କରୁ ନାହାନ୍ତି । ଯାହା ଫଳରେ ଅନେକଙ୍କ ଜୀବନ ଯାଇଛି।
ଏଣେ ଓଡ଼ିଶାରେ ହାତୀଙ୍କ ପାଠଶାଳା ଖୋଲିବ ବୋଲି ପିସିସିଏଫ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ କଥା ଚାଲିଛି। କୁମକି ହାତୀଙ୍କ ପରି ଟ୍ରେଣ୍ଡ ହାତୀ ଯେଉଁଥିରେ ତାଙ୍କର ମାହୁନ୍ତ ସେମାନଙ୍କୁ ଟ୍ରେଣ୍ଡ କରିଥାଏ। ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ହାତୀକୁ ଆୟତ୍ତ କରାଯାଇ ପାରିବ। ଅଭୟାରଣ୍ୟରେ ତାଙ୍କୁ ବ୍ୟବହାର କରାଯାଇ ପାରିବ। ସେଥିପାଇଁ କଥାବାର୍ତ୍ତା ଚାଲିଛି। ଆମ ପାଖରେ ମଧ୍ୟ କିଛି ଟ୍ରେଣ୍ଡ ହାତୀ ଅଛନ୍ତି। ବାହାରୁ ଅଧିକ ଆସିଲେ ଆମ ହାତୀ ଅଧିକ ଟ୍ରେଣ୍ଡ ହୋଇ ପାରିବେ। ଯାହାକୁ ହାତୀଙ୍କ ପାଠଶାଳା ବୋଲି କୁହାଯାଉଛି। ଏଥିପାଇଁ ଚନ୍ଦକା, ଶିମିଳିପାଳ, ସାତକୋଶିଆରେ ନିଜର କ୍ୟାପ୍ଟିଭ ହାତୀ ଅଛନ୍ତି। ଏହାସହ କର୍ଣ୍ଣାଟକ ଓ ଆସାମ ସହ କଥାବାର୍ତ୍ତା ଚାଲିଛି।
[ad_2]