ଓଡିଶା

ଟ୍ରକ୍‌କୁ ଧକ୍କା ଦେଲା ବାଇକ୍‌, ୨ ମୃତ – bajravana

[ad_1]

ପଡ଼ିଆବାହାଲ: ସମ୍ବଲପୁର ସଦର ଥାନା ଜୟନ୍ତପୁର ଛକ ନିକଟରେ ଆଜି ସକାଳେ ଏକ ବାଇକ୍‌ ଟ୍ରକ୍‌କୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଯୁଯୁମୁରା ଥାନା ଭଣ୍ଡାରିମାଲ ଗ୍ରାମର ଦୁଇ ଭାଇ ଅଚ୍ୟୁତା ଓ ଗୌରା ଏକ ମଟରସାଇକଲ୍‌ରେ ଆସୁଥିବା ବେଳେ ଜୟନ୍ତପୁର ଛକ ନିକଟରେ ଏକ ଟ୍ରକ୍‌ରେ ବାଡ଼େଇ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ଥାନା ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button