ଅପରାଧ

ଏନ୍‌ସିଆର୍‌ବିର ସାଂଘାତିକ ତଥ୍ୟ: ଦେଶରେ ଦିନକୁ ୪୬୮ ଆତ୍ମହତ୍ୟା – bajravana

[ad_1]

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଉଛି। ୨୦୨୨ ମସିହାରେ ଦେଶରେ ୧.୭ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍ ଦିନକୁ ୪୬୮ ଜଣ। ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ହେଉଛନ୍ତି ଦିନ ମଜୁରିଆ ଏବଂ କୃଷି ଶ୍ରମିକ ବୋଲି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୬ ପ୍ରତିଶତ ହେଉଛନ୍ତି ଦିନ ମଜୁରିଆ। ଗତ ୫ ବର୍ଷ ହେଲା ମୋଟ ଆତ୍ମହତ୍ୟାରେ ଏମାନଙ୍କ ସଂଖ୍ୟା ଓ ଅଂଶ ନିରନ୍ତର ଭାବେ ବଢ଼ୁଛି। ଏନ୍‌ସିଆର୍‌ବି ତଥ୍ୟରୁ ଜଣାଯାଇଛି ଯେ ଦେଶରେ ୧.୭ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି। ୨୦୨୧ ତୁଳନାରେ ଏହା ୪.୨ ପ୍ରତିଶତ ଅଧିକ ଏବଂ ୨୦୧୮ ତୁଳନାରେ ୨୭ ପ୍ରତିଶତ ଅଧିକ। ତଥ୍ୟରୁ ଏହା ମଧ୍ୟ ଜଣାଯାଇଛି ଯେ ପ୍ରତି ଲକ୍ଷେ ଲୋକରେ ଆତ୍ମହତ୍ୟା ସଂଖ୍ୟା ୨୦୨୨ରେ ୧୨.୪କୁ ବୃଦ୍ଧି ପାଇଛି। ୫ ବର୍ଷ ପୂର୍ବେ ଏହା ୧୦.୨ ଥିଲା। ପାରିବାରିକ ସମସ୍ୟା ଏବଂ ଅସୁସ୍ଥତା ଆତ୍ମହତ୍ୟାର ମୁଖ୍ୟ କାରଣ ପାଲଟିଛି। ଅଧାରୁ ଅଧିକ ଆତ୍ମହତ୍ୟା ଏଥିପାଇଁ ହୋଇଛି। ଏହା ପଛକୁ ପ୍ରେମ ଓ ବିବାହ ସମସ୍ୟା ଅଛି। ୯.୩ ପ୍ରତିଶତ ଆତ୍ମହତ୍ୟା ପ୍ରେମ ଓ ବିବାହ ସମସ୍ୟାରୁ ହୋଇଛି। ଦେବାଳିଆ ଏବଂ ଋଣବୋଝ ଯୋଗୁ ୪.୧ ପ୍ରତିଶତ ଆତ୍ମହତ୍ୟା ହୋଇଛି।

ଉକ୍ତ ତଥ୍ୟରୁ ଏହା ମଧ୍ୟ ଜଣାଯାଇଛି ଯେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧାରୁ ଅଧିକ ଝୁଲି ପଡ଼ିଛନ୍ତି। ରାଜ୍ୟଗୁଡ଼ିକୁ ଦେଖିଲେ ସର୍ବାଧିକ ଆତ୍ମହତ୍ୟା ମହାରାଷ୍ଟ୍ର (୨୨,୭୪୬)ରେ ହୋଇଛି। ଏହା ପଛକୁ ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶ ରହିଛନ୍ତି। ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ଦେଶର ଅଧାରୁ ଅଧିକ ଆତ୍ମହତ୍ୟା ହୋଇଛି। ସେହିଭଳି ସର୍ବାଧିକ କୃଷକ ଆତ୍ମହତ୍ୟା ମଧ୍ୟ ମହାରାଷ୍ଟ୍ରରେ ହୋଇଛି। ଏହା ପଛକୁ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ମଧ୍ୟପ୍ରଦେଶ ରହିଛନ୍ତି। ଗତବର୍ଷ ଦେଶରେ ୧୫୦ଟି ଗଣ ଆତ୍ମହତ୍ୟା ବା ପରିବାର ଆତ୍ମହତ୍ୟା ହୋଇଛି। ଏଥିରେ ୩୨୫ ଜଣ ସେମାନଙ୍କ ଜୀବନ ହରାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button