ରାଜନୀତି

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭୂପେଶ ବଘେଲ – bajravana

[ad_1]

ନୂଆଦିଲ୍ଲୀ, ୩/୧୨ : ରାଜସ୍ଥାନରେ କଂଗ୍ରେସର ଫଳାଫଳ ଅପ୍ରତ୍ୟାଶିତ ରହିଛି । କଂଗ୍ରେସ ପରାସ୍ତ ହୋଇଛି। ଦଳର ପରାଜୟ ସହିତ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବଘେଲ ରାଜଭବନ ଯାଇ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ର ପଦ ହରାଇଲେ ବି ନିଜ ଆସନ କିନ୍ତୁ ବଞ୍ଚାଇ ଦେଇଛନ୍ତି ଭୂପେଶ ବଘେଲ। ପାଟନ ନିର୍ବାଚନ ମଣ୍ଡଳୀରୁ ଭୂପେଶ ବଘେଲ ବିଜେପି ପ୍ରାର୍ଥୀ ତଥା ତାଙ୍କ ପୁତୁରା ବିଜୟ ବଘେଲଙ୍କୁ ଠାରୁ ୧୯,୭୨୩ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

ଛତିଶଗଡ଼ରେ ମୋଟ ୯୦ ଆସନ ମଧ୍ୟରୁ ବିଜେପି ୫୨ଟି ଆସନରେ ବିଜୀୟ ହୋଇଥିବା ବଳେ କଂଗ୍ରେସକୁ ମିଳିଛି ମାତ୍ର ୩୪ ଟି ଆସନ। ରାଜ୍ୟରେ ବିଜେପି ସରକାର ଗଠନ କରିବା ନିଶ୍ଚିତ ହୋଇଥିଲେ ହେଁ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ। କଂଗ୍ରେସର ଭୂପେଶ ବଘେଲ, ବିଜେପି ପ୍ରାର୍ଥୀ ତଥା ଲୋକସଭା ପ୍ରାର୍ଥୀ ବିଜୟ ବଘେଲ ଓ ଜନତା କଂଗ୍ରେସ ଛତିଶଗଡ଼(ଜେ)ର ଅମିତ ଯୋଗୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ହେଲେ ଏହି ନିର୍ବାଚନ ମଣ୍ଡୀରେ ଲୋକେ ଭୂପେଶଙ୍କ ଉପରେ ଭରୋସା କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button