ଖେଳ ଖବର
ଭାରତର ଗୋଲ୍ ବର୍ଷା – bajravana
[ad_1]
ନୂଆଦିଲ୍ଲୀ: ଚିଲିରେ ବୁଧବାରଠୁ କନିଷ୍ଠ ମହିଳା ବିଶ୍ବକପ୍ ହକି ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତ ୧୨-୦ ଗୋଲ୍ ବର୍ଷା କରି କାନାଡ଼ାକୁ ପରାସ୍ତ କରିଛି। ପ୍ରଥମ ଓ ଦ୍ବିତୀୟ କ୍ବାର୍ଟରରେ ଦୁଇଟି ଲେଖାଏଁ ଗୋଲ୍ ସ୍କୋର ହୋଇଥିଲା ବେଳେ ତୃତୀୟ ଓ ଚତୁର୍ଥରେ ୪ ଲେଖାଏଁ ଗୋଲ୍ ଲଦି ଦେଇଥିଲେ ଭାରତୀୟ ଖେଳାଳିମାନେ। ମମତାଜ ଖାନ୍ (୨୬, ୪୧, ୫୪, ୬୦ ମିନିଟ୍) ସବୁଠୁ ଅଧିକ ୪ ଗୋଲ୍ ସ୍କୋର କରିଥିଲା ବେଳେ ଅନୁ (୪, ୬, ୩୯ ମିନିଟ୍), ଦୀପିକା ସୋରେଙ୍ଗ (୩୪, ୫୦, ୫୪ ମିନିଟ୍) ୩ ଲେଖାଏଁ ଗୋଲ୍ ଦେଇଥିଲେ। ଓଡ଼ିଆ ଝିଅ ଦୀପି ମୋନିକା ଟୋପ୍ପୋ ୨୧ ମିନିଟ୍ ଓ ନୀଲମ ୪୫ ମିନିଟ୍ରେ ଗୋଲ୍ ଦେଇଥିଲେ। ଭାରତର ପରବର୍ତ୍ତୀ ମୁକାବିଲା ଶୁକ୍ରବାର ରାତିରେ ଜର୍ମାନି ବିପକ୍ଷରେ ହେବ।
[ad_2]