ଖେଳ ଖବର

୩ୟ ଟି୨୦ : ରୋମାଞ୍ଚକର ମ୍ୟାଚରେ ଭାରତକୁ ୫ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ – bajravana

[ad_1]

ଗୁଆହାଟୀ : ଗୁଆହାଟୀଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ରେ ଭାରତକୁ ୫ ଓ୍ବିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ୨୨୩ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଶେଷ ବଲରେ ବିଜୟ ହାସଲ କରିଥିଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ପୁଣି ନିଜ ବିସ୍ଫୋରକ ବ୍ୟାଟିଂର ଜଲଓ୍ବା ଦେଖାଇଛନ୍ତି ଗ୍ଲେନ ମାକ୍ସଓ୍ବେଲ । ସେ ମାତ୍ର ୪୮ଟି ବଲରୁ ୧୦୪ ରନ କରି ଦଳୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଟ୍ରାଭିସ ହେଡ୍ ୩୫ ରନ କରିଥିବାବେଳେ ମାଥ୍ୟ ଓ୍ବେଡେ ୨୮ ରନ କରିଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ  ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଯଶସ୍ବୀ ଜୟସ୍ବାଲ ୬ ରନ ଓ ଇଶାନ କିଷନ ୦ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ସମୟ କ୍ରିଜରେ ରହିଥିଲେ ବି ସେ ୩୯ ରନ କରି ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ଋତୁରାଜ ଓ ତିଲକ ବର୍ମା ଏକ ଶତକୀୟ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ । ଗାଇକ୍ବାଡ ଅପରାଜିତ ୧୨୩ରନ କରିଥିବାବେଳେ ବର୍ମା  ଅପରାଜିତ ୩୧ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ କେନ ରିଚାର୍ଡସନ, ଜାସନ ବେହେରେନଡ୍ରଫ ଓ ଆରନ ହାର୍ଡି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button