ମନୋରଞ୍ଜନ

ମା’ଙ୍କୁ ସାମ୍ନାରେ ଦେଖି କାନ୍ଦି ପକାଇଲେ ଭିକ୍କି ଓ ଅଙ୍କିତା – bajravana

[ad_1]

ମୁମ୍ବାଇ: ‘ବିଗବସ ସିଜନ ୧୭’ର ପ୍ରସାରଣ ଆରମ୍ଭ ହୋଇଯାଇଛି। ଏହି ସୋ’ ପୁରା ନୂଆ ରଙ୍ଗରେ ନୂଆ ରୂପରେ ପରଦାକୁ ଫେରିଛି। ଏଥିରେ ନୂଆନୂଆ ସେଲିବ୍ରିଟିଙ୍କ ଝଲକ ଦେଖିବାପରେ ଫ୍ୟାନମାନେ ବି ଖୁବ ଉତ୍ସାହର ସହ ଏହି ସୋ’କୁ ଦେଖୁଛନ୍ତି।

‘ବିଗବସ ୧୭’ର ଆଗାମୀ ଅଧ୍ୟାୟରେ ଅଙ୍କିତା ଲୋଖଣ୍ଡେଙ୍କ ମା’ ବନ୍ଦନା ପାଣ୍ଡିସ ଓ ଭିକ୍କିଙ୍କ ମା’ ରଞ୍ଜନା ଜୈନ ଉପସ୍ଥିତ ରହିଛନ୍ତି। ଏଥିରେ ଦୁଇମା’ ଅଙ୍କିତା ଓ ଭିକ୍କିଙ୍କ ଖେଳକୁ ନେଇ ଆଲୋଚନା କରିଛନ୍ତି।

ଭିକ୍କିଙ୍କ ମା’ ଯୋଡ଼ିଙ୍କୁ ସୋ’ ଭିତରେ ଖରାପ ଝଗଡ଼ା ବିଷୟରେ ‌ଆଲୋଚନା କରି କହୁଛନ୍ତି, ‘ଘର ଭିତରେ ତୁମ ଦୁହିଁଙ୍କ ମଧ୍ୟରେ କେତେ ଭଲ ବୁଝାମଣା ଥିଲା। କେବେ ବି ଝଗଡ଼ା ଲାଗିନାହିଁ କିନ୍ତୁ ପରଦାରେ ତୁମ ଦୁହିଁଙ୍କୁ ଏଭଳି ଲଢ଼ୁଥିବା ଦେଖି ମୋତେ ଆଦୌ ଭଲ ଲାଗୁନାହିଁ। ପରସ୍ପର ସହିତ ସ୍ନେହ ଓ ପ୍ରେମରେ ମିଶ ଝଗଡ଼ାକର ନାହିଁ।’

ଭିକ୍କି ଓ ଅଙ୍କିତା ଏତେଦିନ ପରେ ନିଜନିଜ ମା’ଙ୍କୁ ଦେଖି ଭାବୁକ ହୋଇପଡ଼ୁଥିଲେ। ଅଙ୍କିତାଙ୍କ ମା’ ଭିକ୍କି ଓ ଝିଅକୁ ଫ୍ଲାଇଂକିସ ଦେଉଥିବା ନଜର ଆସିଛି। ଏହି ସମୟରେ ଅଙ୍କିତା କହୁଛନ୍ତି, ‘ଆଇ ଲଭ ୟୁ ମା… ଆଇ ମିସ ୟୁ ମାମ୍ମା…’।

ଭିକ୍କି ଜୈନ ଓ ଅଙ୍କିତା ଲୋଖଣ୍ଡେଙ୍କୁ ବିବାହ ପରେ ଦ୍ବିତୀୟ ଥର  ରିୟଲିଟି ସୋ’ ‘ବିଗବସ-୧୭’ରେ ଦେଖିବାକୁ ମିଳିଛି। ଏହି ରିୟଲିଟି ସୋ’ ପୂର୍ବରୁ ଦୁହିଁରେ ସ୍ମାର୍ଟ ଯୋଡ଼ିରେ ନଜର ଆସିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button