ମନୋରଞ୍ଜନ

ରଶ୍ମିକା କାହା ପ୍ରେମିକା? ରହସ୍ୟ ଖୋଲିଦେଲେ ରଣବୀର – bajravana

[ad_1]

ମୁମ୍ବାଇ:  ପ୍ରାୟ ଦୁଇବର୍ଷ ତଳେ ‘ପୁଷ୍ପା’ ରିଲିଜ୍ ହେବା ପରଠାରୁ ସେଥିରେ ଥିବା ‘‘ସାମି ସାମି…’’ ଗୀତର ସିଗ୍‌ନେଚର୍‌ ଅଣ୍ଟାହଲା ନାଚରେ ସାରା ଦେଶକୁ ମତୁଆଲା କରିଥିବା ଦକ୍ଷିଣୀ ସୁନ୍ଦରୀ ରଶ୍ମିକା ମନ୍ଦାନା ଏବେ ଖୁବ୍ ଚର୍ଚ୍ଚାରେ। ‘ଡିପ୍‌ ଫେକ୍‌’ ଜନିତ ଗଣ୍ଡଗୋଳ ପାଇଁ ସେ ଚର୍ଚ୍ଚାରେ ଥିଲେ। ଏବେ ସେ ଚର୍ଚ୍ଚାରେ ଅଛନ୍ତି ରିଲିଜ୍ ହେବାକୁ ଯାଉଥିବା ତାଙ୍କର ନୂଆ ବଲିଉଡ୍ ଫିଲ୍ମ ‘ଆନିମଲ୍‌’ ପାଇଁ। ଏ ଫିଲ୍ମରେ ତାଙ୍କର ନାୟକ ଅଛନ୍ତି ହ୍ୟାଣ୍ଡ୍‌ସମ୍‌ ରଣବୀର କପୁର। ଏ ଫିଲ୍ମଟିକୁ ନେଇ ବଲିଉଡ୍‌ର ବଡ଼ ଆଶା ରହିଛି।

ତେବେ ଚେନ୍ନାଇ, ବାଙ୍ଗାଲୋର ସହିତ ମୁମ୍ବାଇରେ ବି ନିଜ ସ୍ଥିତି ମଜଭୁତ କରି ସାରିଥିବା ରଶ୍ମିକାଙ୍କର କାହା ସହିତ ସଂପର୍କ ଅଛି, ବା ସିଧା କହିଲେ ସେ କାହାକୁ ପ୍ରେମ କରୁଛନ୍ତି, ଏହାକୁ ‌ନେଇ ଅନେକଙ୍କର କୌତୂହଳ ରହିବା ସ୍ବାଭାବିକ। ଦକ୍ଷିଣ ଭାରତୀୟ ହିଟ୍‌ ଅଭିନେତା ବିଜୟ ଦେ‌ବେରକୋଣ୍ଡା ହେଉଛନ୍ତି ତାଙ୍କ ପ୍ରେମିକ। ଅବଶ୍ୟ ନା ବିଜୟ, ନା ରଶ୍ମିକା ଏହାକୁ ମୁହଁଖୋଲି କେବେ ସ୍ବୀକାର କରିଛନ୍ତି, କିନ୍ତୁ ସେମାନଙ୍କର ନିକଟତମ ମହଲରେ ଏ ଖବରଟି ପ୍ରାୟ ସମସ୍ତେ ଜାଣନ୍ତି। ‘ଆନିମଲ୍’ର ପ୍ରଚାରର ଅଂଶ ବିଶେଷ ରୂପେ ରଣବୀର ଓ ରଶ୍ମିକା ନିକଟରେ ଏକ ଟକ୍‌ ସୋ’କୁ ଯାଇଥିଲେ। ପରିହାସପ୍ରିୟ ରଣବୀର ସେହି ଅବସରରେ ସମସ୍ତଙ୍କ ସାମ୍‌ନାରେ ବିଜୟଙ୍କୁ ନେଇ ପରୋକ୍ଷରେ ରଶ୍ମିକାଙ୍କୁ ଏମିତି କିଛି ପ୍ରଶ୍ନ ପଚାରି ଦେଇଥିଲେ ଯେ ସେ କୁଆଡ଼େ ଲାଜରେ ଲାଲ୍ ପଡ଼ିଯାଇଥିଲେ!



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button