ଅପରାଧ

କୋଟିଏ ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ ସର୍ଜରି କରିବା ପରେ ଏଭଳି ଅସୁବିଧାର ସାମ୍ନା କରୁଛନ୍ତି ଓକିଲ – bajravana

[ad_1]

ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ିଙ୍କ କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରିର କ୍ରେଜ ଦେଖିବାକୁ ମିଳୁଛି। ଯୁବତୀ ହୁଅନ୍ତୁ ଅବା ମହିଳା କୋଟିକୋଟି ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ ସର୍ଜରି କରିଥାଆନ୍ତି। ଏହି କ୍ରମରେ ଅନେକ ମଡେଲ,ଷ୍ଟାର ଓ ସାଧାରଣ ମହିଳାମାନେ  ସାମିଲ ରହିଛନ୍ତି।

ସମୟସମୟରେ ଏହି ପ୍ଲାଷ୍ଟିକ ସର୍ଜରି ମଣିଷର ଶରୀର ଆକୃତିକୁ ବିଗାଡ଼ି ଦେବା ସହିତ ଜୀବନ ପ୍ରତି ବି ବିପଦ ଆସିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏମିତି ଜଣେ ଓକିଲ ରହିଛନ୍ତି ଯିଏକି ପ୍ଲାଷ୍ଟିକ ସର୍ଜରି କରିବା ପରେ ଅସୁବିଧାର ସାମ୍ନା କରିଛନ୍ତି।

 

ବ୍ରାଜିଲର ମହିଳା ଓକିଲ ଡୋନିସ ରୋକା କୋଟିଏ ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ ସର୍ଜରି କରାଇଥିଲେ। ଏହି କାରଣରୁ ତାଙ୍କ ଚେହେରା ଆକୃତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଏଥିପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ଡୋନିସ କହିଛନ୍ତି, ‘ପ୍ଲାଷ୍ଟିକ ସର୍ଜରି ପ‌ରେ ମୁଁ ଡ୍ରାଇଭିଂ ଲାଇସେନ୍ସ ପାଇଁ ବହୁତ ହଇରାଣ ହେଲିଣି। ଜଣେ ଅଧିକାରୀଙ୍କ କହିବାନୁସାରେ ପ୍ଲାଷ୍ଟିକ ସର୍ଜରି ପ‌ରେ ମୋର ଚେହେରା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଯାହାକି ଡ୍ରାଇଭିଂ ଲାଇସେନ୍ସ ଥିବା ଫଟୋ ସହିତ ମେଳ ଖାଉ ନାହିଁ। ଏଥିପାଇଁ ଲାଇସେନ୍ସ ରେନ୍ୟୁ ହୋଇପାରୁ ନାହିଁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button