ଦେଶ ବିଦେଶ
ପାଲେଷ୍ଟାଇନ୍କୁ ପୁଣି ସହାୟତା ପଠାଇଲା ଭାରତ – bajravana
[ad_1]
ନୂଆଦିଲ୍ଲୀ, ୨୦/୧୧ : ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ଭାରତ ପାଲେଷ୍ଟାଇନ୍କୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ପଠାଇଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ‘ଏକ୍ସ’ ପୋଷ୍ଟରେ ଘୋଷଣା କରିଛନ୍ତି। ମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପାଲେଷ୍ଟାଇନ୍ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ । ୩୨ ଟନ୍ର ସହାୟତା ବହନ କରି ଭାରତୀୟ ବାୟୁସେନାର ବିମାନ ‘ସି ୧୭’ ଇଜିପ୍ଟର ଏଲ୍-ଏରିସ୍ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ କରିଛି । ଅକ୍ଟୋବର ୨୨ରେ ଭାରତ ପ୍ରଥମ ପର୍ଯ୍ୟାୟରେ ପାଲେଷ୍ଟାଇନ୍କୁ ୩୮ ଟନ୍ ମେଡିକାଲ୍ ଓ ବିପର୍ଯ୍ୟୟକାଳୀନ ରିଲିଫ୍ ସାମଗ୍ରୀ ପଠାଇଥିଲା।
[ad_2]