ଦେଶ ବିଦେଶ

ଆମେରିକାର ନ୍ୟୁ ହୈମ୍ପଶାୟରରେ ଗୁଳିକାଣ୍ଡ : ୨ ମୃତ – bajravana

[ad_1]

ନୂଆଦିଲ୍ଲୀ, ୧୮/୧୧ : ଉତ୍ତରପୂର୍ବ ଆମେରିକୀ ରାଜ୍ୟ ନ୍ୟୁ ହୈମ୍ପଶାୟରର ଏକ ହସ୍ପିଟାଲରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡ ଏକ ମାନସିକ ରୋଗ ହସ୍ପିଟାଲ ପରିସରରେ ହୋଇଛି । ଏନେଇ ପୋଲିସକୁ ଖବର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟ ପୋଲିସ କର୍ଣ୍ଣେଲ ମାର୍କ ହାଁଲଙ୍କ କହିବା ଅନୁଯାୟୀ, ସନ୍ଦିଗ୍ଧ କାନକାର୍ଡର ନ୍ୟୁ ହୈମ୍ପଶାୟରର ହସ୍ପିଟାଲରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ଗୁଳି ମାରିଦେଇଥିଲା ।

ହସ୍ପିଟାଲରେ ଗୁଲିକାଣ୍ଡ ପରେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସନ୍ଦିଗ୍ଧ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଏହି ଏନକାଉଣ୍ଟରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ହସ୍ପିଟାଲର ଲବିରେ ହିଁ ସୀମିତ ରହିଛି । ତେବେ ଏହି ଗୁଳିକାଣ୍ଡରେ ମୋଟ୍ ୨ଜଣ ପ୍ରାଣ ହାଇଛନ୍ତି । ମୃତ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ । ସେହିପରି ହସ୍ପିଟାଲରେ ଥିବା ରୋଗୀଙ୍କ ପ୍ରତି କୌଣଶି ବିପଦ ନାହିଁ ବୋଲି ମାର୍କ ହଲ୍ କହିଛନ୍ତି । ବ୍ୟକ୍ତଗତ ସୁରକ୍ଷା ପାଇଁ ସାଧାରଣ ଲୋକ ବନ୍ଧୁକ ରଖୁଛନ୍ତି । ଏଥିପାଇଁ କୌଣସି କଠୋର ନିୟମ ନାହିଁ । ନିୟମ ପରିବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଇଥିଲେ ମଧ୍ୟ ପ୍ରତି ଥର ବିରୋଧ ପ୍ରଦର୍ଶନ ହୋଇଛି । ତେଣୁ ଏଭଳି ଗୁଳିକାଣ୍ଡ ଘଟଣା ମାନ ସାମ୍ନାକୁ ଆସୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button