ଓଡିଶା

ତିତ୍‌ଲି ଭୟ: ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

Image result for titli
ଭୁବନେଶ୍ୱର:- ସାମୁଦ୍ରିକ ଝଡ ‘ତିତଲି’ ପାଇଁ ଭୟଭୀତ ହୋଇପଡିଛନ୍ତି ଓଡିଶାବାସୀ। ‘ତିତଲି’ ବର୍ତ୍ତମାନ ୧୫ କିମି ବେଗରେ ସମୁଦ୍ର ଉପରେ ଗତି କରୁଛି। ଏବେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ଠାରୁ ୨୫୦ କିମି ଦୂରରେ ଅଛି। ଆସନ୍ତାକାଲି ସକାଳ ୫.୩୦ ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଜଣାପଡିଛି। ଏହି ସମୟରେ ଘଣ୍ଟାପ୍ରତି ୧୪୦ରୁ ୧୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇପଡିଛି ପୂର୍ବତଟ ରେଳ ବିଭାଗ। ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନମ୍ବର- ୮୪୫୫୮୮୫୯୩୬, ୦୬୭୪-୨୩୦୧୫୨୫, ୨୩୦୧୬୨୫ ଜାରି କରାଯାଇଛି।  ଏହାପୂର୍ବରୁ ବାତ୍ୟା ପାଇଁ   ବୁଧବାର ରାତି ୧୦ଟାରୁ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରିଛି ପୂର୍ବତଟ ରେଳ ବିଭାଗ। ଖୋର୍ଦ୍ଧାରୁ-ବିଜୟନଗରମ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button