ଦେଶ ବିଦେଶ
ସେନା ଯବାନଙ୍କ ସହ ଦୀପାବଳି ପାଳିବେ ମୋଦୀ – bajravana
[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିବେ । ଜମ୍ମୁ-କଶ୍ମୀରର ଅଖନୁରସ୍ଥିତ ଜୋରିୟମରେ ଭାରତୀୟ ସେନାର ୧୯୧ ବ୍ରିଗେଡ଼ ସହ ଦୀପାବଳି ଦିନ ଅର୍ଥାତ୍ ୧୨ ତାରିଖରେ ମୋଦୀ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ମୋଦୀ ଏହାବ୍ୟତୀତ ବିଏସଏଫ ଯବାନଙ୍କ ସହ ମଧ୍ୟ ଦୀପାବଳିରେ ଉପସ୍ଥିତ ରହିବେ । କିନ୍ତୁ ଏନେଇ ସ୍ଥାନ ସ୍ଥିର କରାଯାଇ ନାହିଁ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତି ବର୍ଷ ସେନା ଯବାନଙ୍କ ସହ ଦୀପାବଳି ପାଳିଥାନ୍ତି । ଗତ ବର୍ଷ କାର୍ଗିଲରେ ଯବାନଙ୍କ ସହ ଦୀପାବଳି ପାଳିଥିଲେ । ଅନ୍ୟପଟେ ୨୦୨୧ରେ ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟରରେ ସୈନିକଙ୍କ ସହ ଦୀପାବଳି ପାଳନ କରିଥିଲେ ।
[ad_2]