ଥାଇରଏଡ୍
ବିଶ୍ୱରେ ୨୦ କୋଟିରୁ ଉଦ୍ଧ୍ୱର୍ଲୋକ ଥାଇରଏଡ଼୍ରେ ପୀଡ଼ିତ । ପରିବାରରେ ପୂର୍ବରୁ ଏହି ରୋଗ ଥିଲେ ସେଇ ପରିବାରରେ ଏହା ଅଧିକ ଦେଖାଯାଇଥାଏ । ପୁରୁଷଙ୍କ ଠୁ ୮ଗୁଣରୁ ଅଧିକ ମହିଳାଙ୍କ ଠାରେ ଏହି ରୋଗ ହୋଇଥାଏ । ଲଗାତର ଧୂମପାନ କରିବା, ଅଧିକ ଟେନ୍ସନ୍ରେ ରହିବା ଓ ମାତ୍ରାଧିକ ଥକାପଣ ଅନୁଭବ କରିବା ହିଁ ଏହି ରୋଗର ଅନ୍ୟକାରଣ ହୋଇପାରେ । ମହିଳାଙ୍କ ଶରୀରରେ ହରମୋନରେ ଦ୍ରୁତ ପରିବର୍ତ୍ତନ ଘଟିବା ଓ ଅଟୋ ଇମ୍ୟୁନ୍ ଡିସଅର୍ଡ଼ର ବଢ଼ିବା । ତଥା ଅନ୍ୟ କେତେକ କାରଣରୁ
ଥାଇରଏଡ଼୍ ଆକ୍ରାନ୍ତ ହେବା ଆଶଙ୍କା ଅଧିକ ହୋଇଥାଏ । ଏହି ରୋଗ ଶ୍ୱାସନଳୀରେ ହୋଇଥାଏ । ଶ୍ୱାସନଳୀରେ ଏକ ଅର୍ବୁଦା ବା ଗଣ୍ଠି ଭଳି ଏହା ଦେଖାଯାଏ । ମୋଟାମୋଟି ଭାବେ କହିବାକୁଗଲେ ହରମୋନ ଅସୁନ୍ତଳନ କାରଣରୁ ଏହି ରୋଗ ଅନେକଙ୍କୁ ହୋଇଥାଏ । ଥକାପଣ ଲାଗିଲେ ଶରୀରର ଓଜନ ବଢ଼ିଲେ ଓ ରକ୍ତ ଶୂନ୍ୟତାଭଳି ସମସ୍ୟା ଦେଖାଦେଲେ ରକ୍ତପରୀକ୍ଷା କରାଇ ନୋବ ଉଚିତ । ଶରୀରରେ ଥାଇରଏଡ଼ ହରମୋନ୍ ସ୍ତର କମିଗଲେ ହାଇପୋଥାଇ ରାଡ଼ିୟମ୍ ଡ଼ିସଅର୍ଡ଼ର ହୋଇପାରେ । ହାଇପୋଥାଇରାଇଡ଼୍ ହେଲେ ଶରୀର ଓଜନ ବଢ଼ିମା, କୋଷ୍ଠ କାଠିନ୍ୟ ହେବା, ଥଣ୍ଡା ଲାଗିବା, ତ୍ୱଚା ଶୁସ୍କ ହେବା, କେଶ ଝଡ଼ିବା, ମହିଳାଙ୍କ ମାସିକ ଧର୍ମରେ
ଅନିୟମିତତା ଦେଖାଦେବା ଭଳି ସମସ୍ୟା ଉପୁଜେ । ଏସବୁ ଲକ୍ଷଣ ୩୦ରୁ ୬୦ ବର୍ଷ ବୟସ୍କ ମହିଳାଙ୍କ ଠାରେ ଦେଖାଯାଏ । ହାଇପରଥାଇରାଡିସିୟମ୍ ପାଇଁ ଶରୀରରୁ ଅଧିକ ମାତ୍ରାରେ ଥାଇରଏଡ଼୍ ହରମୋନ୍ ନିର୍ଗତ ହୋଇଥାଏ । ଏହାଦ୍ୱାରା ନର୍ଭସନେସ୍, ଚିନ୍ତା, ଆଖି ବାହାରକୁ ଆସିଯିବା, ଓଜନ କମିଯିବା, ଗରମ ଲାଗିବା, ଶରୀରରୁ
ଅଧିକ ଝାଳ ବୋହିବା, ଛାତି ଧଡ଼ ଧଡ଼ ହେବା ଆଦି ଲକ୍ଷଣ ପ୍ରକାଶ ପାଏ । ଏହା ୨୦ ବର୍ଷୀୟା ମହିଳାଙ୍କ ଠାରେ ଅଧିକ ହୋଇଥାଏ । ହାଇପୋ କିମ୍ବା ହାଇପୋଥାଇରେଡ଼ସିୟମ୍ର ଯାଞ୍ଚ ପାଇଁ ରକ୍ତପରୀକ୍ଷା କରିବାକୁ ପଡ଼ିଥାଏ । ଥାଇରଏଡ଼୍ ହୋଇଥିଲେ ବର୍ଷକୁ ଥରେ ହେଲ୍ଥ ଚେକ୍ଅପ କରିବା ଉଚିତ । ଆବଶ୍ୟକ ହେଲେ ଡାକ୍ତର ଫ୍ରୀ ୩, ଫ୍ରୀ ୪ ଓ ଟି.ଏସ୍.ଏଚ୍ ପରୀକ୍ଷା ପାଇଁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଏହା ଥାଇରଏଡ଼୍ର ଆଧୁନିକ ଯାଞ୍ଚ ପ୍ରକ୍ରିୟା । ଯେଉଁଥିରୋ ଫ୍ରୀ ଟୀ୩, ଫ୍ରୀ ଟି୪ ଓ ଟି.ଏସ୍.ଏଚ୍. ଲେବୁଲରେ ଆକ୍ଟିଭ୍ ଏବଂ ଇନ୍ଆକ୍ଟିଭ୍ ଥାଇରଏଡ଼୍ ହରମୋନ୍ ଲେବୁଲ ମପାଯାଇଥାଏ । ଏହି ଯାଞ୍ଚ ପ୍ରକ୍ରିୟାରେ ହରମୋନର ସକ୍ରିୟ ଅଂଶକୁ ଭଲ ଭାବରେ ପରୀକ୍ଷା ନୀରିକ୍ଷା କରାଯାଇଥାଏ । ଥାଇରଏଡ଼୍ ଚିକିତ୍ସା ସମୟରେ ରୋଗୀକୁ ସାମାନ୍ୟ ଭାବେ ରିପ୍ଲେସମେଣ୍ଟ ଥେରାପି ଦିଆଯାଇଥାଏ । ଔଷଧ ଦ୍ୱାରା ମଧ୍ୟ ଥାଇରଏଡ଼୍ ହରମୋନ କମ୍କୁ ପୂରଣ କରାଯାଇପାରେ ।