ରାଜନୀତି

ବିଧାନସଭା ନିର୍ବାଚନରେ ସ୍ୱାମୀ ବିରୋଧରେ ଲଢ଼ିବେ ସ୍ତ୍ରୀ ! – bajravana

[ad_1]

ରାମଗଡ଼,୨୫/୧୦ : ରାଜସ୍ଥାନ ବିଧାନସଭା ନିର୍ବାଚନ ନଭେମ୍ବର ୨୫ରେ ହେବ। ରାଜ୍ୟବାସୀ ଭୋଟ ଦେଇ ନିଜର ପରବର୍ତ୍ତୀ ସରକାର ବାଛିବେ। ତେବେ ରାଜ୍ୟର ଗୋଟିଏ ଆସନରେ ହେବାକୁ ଥିବା ସମ୍ଭାବ୍ୟ ଲଢ଼େଇକୁ ନେଇ ଚର୍ଚ୍ଚା ଏବେ ଠାରୁ ଆରମ୍ଭ ହୋଇଯାଇଛି।

ରାଜସ୍ଥାନର ଦନ୍ତା ରାମଗଡ଼ ନିର୍ବାଚନ ମଣ୍ଡଳୀରେ ଏଥର ସ୍ୱାମୀ ଓ ସ୍ତ୍ରୀ ପରସ୍ପର ବିରୋଧରେ ମୁହାଁମୁହିଁ ହୋଇ ପାରନ୍ତି। କାରଣ ହରିଆଣା ଭିତ୍ତିକ ଜେଜେପି ଏଠାରେ ରୀତା ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି। ଏହି ଆସନରେ ବର୍ତ୍ତମାନ ତାଙ୍କ ସ୍ୱାମୀ ବୀରେନ୍ଦ୍ର ସିଂହ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି।

ସେ ୨୦୧୮ରେ କଂଗ୍ରେସ ଟିକେଟରୁ ଜିତିଥିଲେ। ୨୦୨୩ରେ ମଧ୍ୟ କଂଗ୍ରେସ ତାଙ୍କୁ ଏଠାରୁ ପୁଣି ଟିକେଟ ଦେବା ଏକପ୍ରକାରର ନିଶ୍ଚିତ। ଯଦି କଂଗ୍ରେସ ବୀରେନ୍ଦ୍ରଙ୍କୁ ଟିକେଟ ଦିଏ, ତା’ହେଲେ ଦନ୍ତା ରାମଗଡ଼ରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲଢ଼େଇ ହେବ।

ବୀରେନ୍ଦ୍ର ସିଂହଙ୍କ ପରିବାର ପାରମ୍ପରିକ ଭାବେ କଂଗ୍ରେସ ସହ ଜଡ଼ିତ। ବୀରେନ୍ଦ୍ର ହେଉଛନ୍ତି ପୂର୍ବତନ ପିସିସି ସଭାପତି ତଥା ୭ଥରର ବିଧାୟକ ନାରାୟଣ ସିଂହଙ୍କ ପୁଅ। କିନ୍ତୁ ବୀରେନ୍ଦ୍ର ସିଂହଙ୍କ ପତ୍ନୀ ଚଳିତ ବର୍ଷ ଅଗଷ୍ଟରେ ଜନନାୟକ ଜନତା ପାର୍ଟି(ଜେଜେପି)ରେ ଯୋଗ ଦେଇଥିଲେ। ସେ ଦଳରେ ଯୋଗଦେବା ମାତ୍ରେ ତାଙ୍କୁ ଜେଜେପି ମହିଳା ୱିଙ୍ଗର ରାଜସ୍ଥାନ ସଭାପତି ଦାୟିତ୍ୱ ମଧ୍ୟ ମିଳିଥିଲା।

୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ରୀତା ଚୌଧୁରୀ କଂଗ୍ରେସ ଟିକେଟ ପାଇବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ତାଙ୍କ ସ୍ୱାମୀ ବୀରେନ୍ଦ୍ରଙ୍କୁ ଟିକେଟ ଦେଇଥିଲା।

 

The post ବିଧାନସଭା ନିର୍ବାଚନରେ ସ୍ୱାମୀ ବିରୋଧରେ ଲଢ଼ିବେ ସ୍ତ୍ରୀ ! appeared first on Odisha Khabar.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button