ମନୋରଞ୍ଜନ

ଜୀବନର ଗୋଟିଏ ଭୁଲ ପାଇଁ କ୍ୟାରିୟରରେ ଆଗକୁ ବଢ଼ି ପାରିଲେ ନାହିଁ ଏସବୁ କଳାକାର – bajravana

[ad_1]

ମୁମ୍ବାଇ: ମଣିଷ ଜୀବନରେ ଅନେକ ଭୁଲ ହୋଇଥାଏ। କିନ୍ତୁ ଗୋଟିଏ ଗୋଟିଏ ଭୁଲ ଏମିତି ଥାଏ ଯେଉଁଥିପାଇଁ ସାରା ଜୀବନ ପଶ୍ଚତାପ କରିବାକୁ ହୋଇଥାଏ। ଏହି କ୍ରମରେ ଦେଖିବାକୁ ଗଲେ ଏମିତି କିଛି କଳାକାରମାନେ ଅଛନ୍ତି ଯେଉଁମାନଙ୍କ ଗୋଟିଏ ଭୁଲ ପାଇଁ ସେମାନଙ୍କ କ୍ୟାରିୟର ‌ନଷ୍ଟ ହୋଇଯାଇଥିବା କଥା ସେମାନେ ନିଜେ ସ୍ବୀକାର କରି କହିଛନ୍ତି।

ଏମିତି କିଛି କଳାକାରଙ୍କ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ମମତା କୁଲକର୍ଣ୍ଣି। ମମତାଙ୍କ ନାମ ଡ୍ରଗ୍ସ ମାମଲାରେ ଯୋଡ଼ି ହୋଇରହିଥିଲା। ଏହି ଘଟଣା ପ‌ରେ ସେ ସିନେ ଦୁନିଆରୁ କେଉଁଆଡେ ଉଭେଇ ଯାଇଥିଲେ ଯେ ତାଙ୍କ ସମ୍ପର୍କରେ ଆଉ କୌଣସି ସୂଚନା ମିଳି ନଥିଲା। ସେହିପରି ବିବେକ ଓବରାଏ ସୁପରଷ୍ଟାର ସଲମାନଙ୍କୁ ଚ୍ୟାଲେଞ୍ଜ କରି ବଡ଼ ଭୁଲ କରି ଦେଇଥିଲେ। ଯାହାକୁ ସେ ନିଜେ ବି ଅନେକ ସାକ୍ଷାତକାରରେ ସ୍ବୀକାର କରିଛନ୍ତି।

ଏମାନଙ୍କ ବ୍ୟତୀତ ଅଭିନେତ୍ରୀ ମନ୍ଦାକିନିଙ୍କ ନାମ ଅଣ୍ଡରୱାର୍ଲଡ ଡନ ଦାଉଦ ଅବ୍ରାହିମଙ୍କ ସହିତ ଯୋଡ଼ି ହୋଇଥିଲା। ଏହି ଘଟଣା ପରେ ତାଙ୍କ ସିନେମା କ୍ୟାରିୟରରେ ପୁନଃଚ୍ଛେଦ ପଡ଼ିଯାଇଥିଲା।

ଏହି କ୍ରମରେ ଅଭିନେତା ସାଇନି ଆହୁଜାଙ୍କ ନାମ ବି ସାମ୍ନାକୁ ଆସେ। ସାମଇନି ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କ ଫିଲ୍ମ କ୍ୟାରିୟର ‌ନଷ୍ଟ ହୋଇଯାଇଥିଲା ବୋଲି ଖବର ଆସିଛି। ‌ସେହିପରି ଶକ୍ତ କପୁରଙ୍କ ନାମ କାଷ୍ଟି କାଉଚରେ ଯୋଡ଼ି ହେବାପରେ ତାଙ୍କର ଚାହିଦା ସିନେ ଦୁନିଆରୁ କମି ଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button