ରେଭେନ୍ସା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ
ଭୁବନେଶ୍ଵର : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଛାତ୍ର ଅଶାନ୍ତି ଯୋଗୁଁ ରେଭେନ୍ସା କର୍ତ୍ତୃପକ୍ଷ ନିର୍ବାଚନକୁ ବାତିଲ କରାଯାଇଥିବା ସୂଚନା ମିଳିଛି। ଏହାକୁ ନେଇ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଯାଇଛି। ବିଭିନ୍ନ ଛାତ୍ର ସଂଗଠନ ଏହାକୁ ଘୋର ବିରୋଧ କରିଛନ୍ତି। ସେହିପରି ଅନ୍ୟ ଏକ ପ୍ରତିଷ୍ଠିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିବା ଜଣାପଡ଼ିଛି।
ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ଟାୟାର ଜାଳି ବିକ୍ଷୋଭ କରିଥିଲେ । ପୂର୍ବବର୍ଷ ଭଳି ପରୋକ୍ଷ ନିର୍ବାଚନକୁ ସମର୍ଥନ ନକରି ପ୍ରତ୍ୟକ୍ଷ ନିର୍ବାଚନ କରିବାକୁ ଦାବି କରି ଛାତ୍ରଛାତ୍ରୀମାନେ କୁଳପତିଙ୍କ ଅଫିସ ଘେରାଉ କରିଥିଲେ। ଏହି କାରଣରୁ ସୋମବାର ଅପରାହ୍ଣରେ କୁଳପତିଙ୍କ କାର୍ଯ୍ୟାଳୟରେ ଷ୍ଟାଫ କାଉନସିଲ ବୈଠକ ବସିଥିଲା। ଏ ନେଇ ଆଲୋଚନା କରାଯିବା ପରେ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।