news

ଅପରାଧ ନୁହେଁ ପରକୀୟା ପ୍ରେମ, ଉଠୁଛି ପଡୁଛି ଶୋସାଲ ମିଡ଼ିଆ

ନୂଆଦିଲ୍ଲୀ: ପରକୀୟା ପ୍ରୀତିକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା । ଶୋସାଲ ମିଡିଆରେ ମଧ୍ୟ ଦିନ ତମାମ ନାନା ପୋଷ୍ଟ ଦେଖିବାକୁ ମିଳିଛି । କେହିକେହି ପ୍ରେମିକାର ବିବାହିତ ବଡ ଭଉଣୀକୁ ପ୍ରେମ କରିବା କହିଛନ୍ତି ତ ଆଉ କେହି ଏହାକୁ ସମ୍ପର୍କ ଏଥର ନୂଆ ରୂପ ନେବ ବୋଲି କହିଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏହି ଯୁଗାନ୍ତକାରୀ ରାୟ ଯେ ଅନେକଙ୍କ ମଧ୍ୟରେ କୈ।ତୁହଳ ସୃଷ୍ଟି କରିଛି ତାହା ନିଃଶନ୍ଦେହରେ କୁହାଯାଇ ପାରେ ।

Image result for cheat love

ସୋସିଆଲ ମିଡ଼ିଆରେ ଜଣେ ୟୁଜର ଲେଖିଛନ୍ତି: 

………#ସୁପ୍ରିମକୋର୍ଟ ଓ #ରଘୁ ଭାଇ

ସୁପ୍ରିମକୋର୍ଟର ରାୟ ଶୁଣି ଆଜି ରଘୁଆର ମୁଣ୍ଡ ଟିଣ । ଖରାବେଳେ ଖଟ ଉପରେ ମୁହଁ ମାଡି ଶୋଇଥିଲା।
ଏତିକି ବେଳେ ତା’ ସାଙ୍ଗ ଗୋପ ପହଁଚିଲା।

ଗୋପ କହିଲା: କିରେ ରଘୁ ଆଜି ତୁ ମୁହଁ ଶୁଖେଇଛୁ କାହିଁକି ?
କ’ଣ ହେଇଛି ତୋର ? ଭାଉଜ କ’ଣ କହିଲେ କି ?
ରଘୁ: ତୋ ଭାଉଜ ଶାଢ଼ୀ କାନି ଦାନ୍ତରେ କାମୁଡି ଆଜି କୁରୁଳି ଉଠୁଛି । ଶହେ ଥର ମିରରରେ ମୁହଁ ଦେଖିଲାଣି। ଆଜି ବହୁତ ଖୁସି ସିଏ !
ଗୋପ: ସିଏ ଏତେ ଖୁସି ଯଦି ତୁ ମୁହଁ ଶୁଖେଇବାର କାରଣ’ଟା କ’ଣ ?

ରଘୁ: ତୋ ଭାଉଜ କହୁଥିଲା ଆଜି ଆମ ସାହିର ସୁକୁଟା, ସେନ୍ତେରା, ଧଡିଆ, ଚଗଲା, ବଗଲା ଓ ତାଙ୍କ ସାଙ୍ଗମାନେ ତାକୁ ନେବାକୁ ଆସୁଛନ୍ତି !

କଣ ରହିଛି ବିଷୟ ବସ୍ତୁ:

ବିବାହ ବାହାରେ ଯଦି ବିବାହିତ ପୁରୁଷ ଓ ଅନ୍ୟ ଜଣେ ବିବାହିତ ମହିଳା ସହ ସଂପର୍କ ରଖନ୍ତି, ତେବେ ଏହା ଆଉ ଅପରାଧ ହେବନାହିଁ । ପରକୀୟା ପ୍ରୀତିକୁ ଅପରାଧ ମୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଇପିସିର ଧାରା ୪୯୭କୁ ଅବୈଧ ଘୋଷଣା କରାଯାଇଛି । ଏଣିକି ପରକୀୟା ପ୍ରୀତି ଅପରାଧ ଭାବେ ଗଣାଯିବ ନାହିଁ ।

Image result for cheat love

ଅର୍ଥାତ ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଲେ ଏହା ଅପରାଧ ନୁହେଁ । ଯେଉଁ ଆଇପିସିର ଧାରା ୪୯୭ରେ ଏହାକୁ ଅପରାଧଭୁକ୍ତ କରାଯାଇଥିଲା, ତାହାକୁ ଅବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ବ୍ୟଭିଚାରକୁ ଅପରାଧ ମୁକ୍ତ କଲେ ଏହା ବୈବାହିକ ଅନୁଷ୍ଠାନକୁ ପ୍ରଭାବିତ କରିବ ବୋଲି ଯୁକ୍ତି ବାଢିଥିଲେ କେନ୍ଦ୍ର ସରକାର, ଯାହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ଐତିହାସିକ ରାୟ ପରେ ୧୫୮ ବର୍ଷ ତଳର ବ୍ରିଟିଶ ଆଇନ ରଦ୍ଦ ହୋଇଯାଇଛି ।

Image result for cheat love

କ’ଣ ଥିଲା ଆଇପିସି ଧାରା ୪୯୭ରେ:
– ପରକୀୟା ସଂପର୍କ ଥିଲା ଅପରାଧ
– ପୁରୁଷଙ୍କୁ ୫ ବର୍ଷ ଜେଲ ବ୍ୟବସ୍ଥା ଥିବା ବେଳେ ସମାନ ଭୁଲ କରିଥିବା ମହିଳାଙ୍କ ବିରୋଧରେ ଦଣ୍ଡ ବ୍ୟବସ୍ଥା ନଥିଲା
– କାରଣ, ମହିଳାଙ୍କୁ ସ୍ୱାମୀଙ୍କ ସଂପତି ଭାବେ ବିବେଚନା କରାଯାଉଥିବାରୁ ଏପରି ଆଇନ ହୋଇଥଲା ।

ସୁପ୍ରିମକୋର୍ଟ କହିଛନ୍ତି–
ଆଇନ ଆଗରେ ଉଭୟ ମହିଳା ଓ ପୁରୁଷ ସମାନ
ପତ୍ନୀଙ୍କ ମାଲିକ ନୁହଁନ୍ତି ପତି
ମହିଳାଙ୍କ ଗାରିମା ସବୁଠୁ ଉପରେ
ଧାରା-୪୯୭ ମହିଳାଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରୁଛି
ମହିଳାଙ୍କ ସହ ଖରାପ ବ୍ୟବହାର ଅସାମ୍ବିଧାନିକ କହିବା ସହ ସ୍ତ୍ରୀଙ୍କୁ ଅସମ୍ମାନ କରିବାର ଅଧିକାର ସ୍ୱାମୀଙ୍କର ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Related Articles

Leave a Reply

Your email address will not be published. Required fields are marked *

Back to top button