ମନୋରଞ୍ଜନ

୧୭୦କୋଟିର ମାଲିକାଣୀ ‌ହେବା ପୂର୍ବରୁ ଦୋକାନରେ ସଫେଇ କାମ କରୁଥିଲେ ଏହି ଅଭିନେତ୍ରୀ – bajravana

[ad_1]

ନୂଆଦିଲ୍ଲୀ: ସଫଳତାର ସ୍ବାଦ ଚାଖିବାକୁ ହେଲେ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଯାଇ ଜଣେ ମଣିଷ ସଫଳତା ପାଇଥାଏ। କୁହାଯାଏ ପ୍ରତ୍ୟେକ ମଣିଷର ଅତିତ ସଂଘର୍ଷରେ ଭରି ରହିଥାଏ।  ଏହି କ୍ରମରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖୁବ କଷ୍ଟ କରି ନିଜର ପରିଚୟ ଗଢ଼ିଛନ୍ତି। ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ଆଜିକା ସମୟରେ ୧୭୦କୋଟିର ମାଲିକାଣୀ ଥିବା ବେଳେ ପୂର୍ବରୁ ସେ ଅର୍ଥ ପାଇଁ ବିଭିନ୍ନ ଦୋକାନରେ ବୁଲିବୁଲି ସଫେଇ କାମ କରୁଥିଲେ।

ଏହି ଅଭିନେତ୍ରୀଙ୍କ ନାମ ହେଲା ମାହିରା ଖାନ। ଯାହାଙ୍କ ନିକଟରେ ବିବାହ ସମ୍ପର୍ଣ୍ଣ ହୋଇଛି। ମାହିରା ଖାନ ପାକିସ୍ତାନରେ ଯେତିକି ପରିଚିତ ସେତିକି ଭାରତରେ ମଧ୍ୟ ତାଙ୍କର ଫ୍ୟାନ୍ସ ରହିଛନ୍ତି। ମାହିରା ସୁପରଷ୍ଟାର ଶାହରୁଖ ଖାନଙ୍କ ସିନେମା ‘ରଇସ’ରେ ପ୍ରଥମଥର ନଜର ଆସିଥିଲେ। ଦର୍ଶକ ଏଥିରେ ମାହିରାଙ୍କ ଅଭିନୟକୁ ବେଶ ପସନ୍ଦ ବି କରିଥିଲେ। ଏହାପର ଠାରୁ ମାହିରାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ କାମର ଅଫର ଆସିଥିଲା। ଆଉ ସେ ସମସ୍ତ କାମକୁ ନିଷ୍ଠାର ସହ କରି ଚାଲିଥିଲେ।

ତେବେ ଏହି ସଫଳତା ପାଇବା ପାଇଁ ମାହିରା ଖୁବ ସଂଘର୍ଷ  ବି କରିଛନ୍ତି। ଅର୍ଥ ପାଇଁ ଉପବାସରେ ରହି ଯାଇଛନ୍ତି। ସିନେମା ଜଗତରେ ପ୍ର‌ବେଶ କରିବା ପାଇଁ ମାହିରା ପାଠପଢ଼ିବା ପାଇଁ କଲିଫର୍ଣ୍ଣିଆ ଯାଇଥିଲେ। ସେତେବେଳେ ସେ ନିଜର ଖର୍ଚ୍ଚ ଉଠାଇବା ପାଇଁ ଦୋକାନଦୋକାନ ବୁଲି  ଝାଡ଼ୁ ପୋଛ ବି ମାରିଛନ୍ତି।

ଇତିମଧ୍ୟରେ ମାହିରା ଅନେକ ନାମ କମାଇ ସାରିଛନ୍ତି। ଛୋଟଛୋଟ କାମ ପାଇଁ ମ‌ାହିରା ଲକ୍ଷାଧିକ ଟଙ୍କା ପାରିଶ୍ରମିକ ଦାବି କରିଥାଆନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button