ମନୋରଞ୍ଜନ

ହୋସ ଉଡ଼ାଇବ ଭାରତର ସବୁଠୁ ମହଙ୍ଗା ଖଳନାୟକଙ୍କ ପାରିଶ୍ରମିକ – bajravana

[ad_1]

ମୁମ୍ବାଇ: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏପରି ଏକ ସମୟ ଥିଲା ଯେତେବେଳେ ଖଳନାୟକଙ୍କୁ କମ, ହିରୋଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା। ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ଅଭିନେତାଙ୍କ ପାରିଶ୍ରମିକ ହିରୋମାନଙ୍କ ତୁଳନାରେ ଖୁବ କମ୍ ଥିଲା। କିନ୍ତୁ ଏବେ ଖଳନାୟକମାନଙ୍କୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି। ଏମିତି କି ହିରୋମାନଙ୍କ ଅପେକ୍ଷା ଅଧିକ ଖଳନାୟକମାନଙ୍କୁ ଅଧିକ ପାରିଶ୍ରମିକ ଦିଆଯାଉଛି। ଆଜି ଆମେ କିଛି ଏଭଳି ଖଳନାୟକଙ୍କ ବିଷୟରେ କହିବୁ ଯେଉଁମାନଙ୍କ ପାରିଶ୍ରମିକ ଖୁବ ଅଧିକ ରହିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ୟଶ। ଏହି ଚଳଚ୍ଚିତ୍ରରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିବେ ଏବଂ ଅଭିନେତ୍ରୀ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିତେଶ ତିୱାରୀଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିବା ପାଇଁ ୟଶ ୧୫୦କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି। କୌଣସି ଖଳନାୟକ ଏତେ କୋଟି ନେବା ପ୍ରଥମ।

ଖବର ଅନୁଯାୟୀ କମଲ ହାସନ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ କଲକି ୨୯୮୯ଏଡିରେ ଖଳନାୟକ ହେବା ପାଇଁ ୨୫କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ଏହାପୂର୍ବରୁ ବିଜୟ ସେଥୁପତି ଶାହାରୁଖ ଖାନଙ୍କ ଫିଲ୍ମ ‘ଯବାନ’ରେ ଖଳନାୟକ ହେବା ପାଇଁ ୨୧କୋଟି ଟଙ୍କା ପାରିଶ୍ରମିକ ନେଇଥିବା ବେଳେ ‘ଆଦିପୁରୁଷ’ ପାଇଁ ସୈଫ ଅଲି ଖାନ୍ ୧୦କୋଟି ଟଙ୍କା, ଟାଇଗର-୩ ପାଇଁ ଇମ୍ରାନ ହାଶମୀ ୧୦କୋଟି ଟଙ୍କା, ସଞ୍ଜୟ ଦତ୍ତ ‘କେଜିଏଫ୍ ୨’ ପାଇଁ ୮-୯ କୋଟି ଟଙ୍କା ଏବଂ ଫହଦ୍ ଫସିଲ ପୁଷ୍ପା-୨ ପାଇଁ ୬କୋଟି ଟଙ୍କା ପାରିଶ୍ରମିକ ନେଇଥିବା ଜଣାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button