ଖେଳ ଖବର
ସିଲି ପଏଣ୍ଟ୍: ଐତିହାସିକଚୁକ୍ତି, ପୁରୁଷ କ୍ରିକେଟ୍ରେ ମହିଳା କୋଚ୍ – bajravana
[ad_1]
ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସରେ ମଙ୍ଗଳବାର ଏକ ଐତିହାସିକ ଚୁକ୍ତି ହୋଇଛି। ପୂର୍ବତନ ଆୟର୍ଲାଣ୍ଡ୍ ମହିଳା କ୍ରିକେଟର୍ କାଥରିନ୍ ଡଲଟନ୍ ପୁରୁଷ କ୍ରିକେଟ୍ ଦଳର ପ୍ରଶିକ୍ଷକ ହେବାରେ ପ୍ରଥମ ହୋଇଛନ୍ତି। ପିଏସ୍ଏଲ୍ (ପାକିସ୍ତାନ ସୁପର୍ ଲିଗ୍) ଇତିହାସରେ ସେ ପ୍ରଥମ ମହିଳା ପ୍ରଶିକ୍ଷକ ହୋଇଥିବା ବେଳେ ଶୀର୍ଷସ୍ତରର ପୁରୁଷ କ୍ରିକେଟ୍ ପାଇଁ ପ୍ରଥମ ମହିଳା ଦ୍ରୁତ ବୋଲିଂ ପ୍ରଶିକ୍ଷକ ହୋଇଛନ୍ତି। ଇଂଲଣ୍ଡରେ ଜନ୍ମିତ ୩୦ ବର୍ଷୀୟା ଡଲଟନ୍ ୨୦୧୫ରେ ଆୟର୍ଲାଣ୍ଡ୍ ନାଗରିକତ୍ବ ଗ୍ରହଣ କରି ସେହି ଦେଶ ପାଇଁ ୪ ଦିନିକିଆ ଓ ୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ସହ ମଧ୍ୟ ସେ କାମ କରିଛନ୍ତି। ପିଏସଏଲ୍ ଦଳ ମୁଲତାନ ସୁଲତାନ ପାଇଁ ସେ କାମ କରିବେ। ଚଳିତ ବର୍ଷ ମୁଲତାନ ସୁଲତାନ ପିଏସଏଲ୍ରେ ଉପବିଜେତା ହୋଇଥିବା ବେଳେ ବିଗତ ୩ ସଂସ୍କରଣରେ ଫାଇନାଲ୍ ଖେଳିଛି।
[ad_2]