ଖେଳ ଖବର

ଭାରତ-ଆୟର୍ଲାଣ୍ଡ ତୃତୀୟ ଟ୍ବେଣ୍ଟି-୨୦ ଆଜି: ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ବୁମ୍‌ରା – bajravana

[ad_1]

ଡବଲିନ୍‌: ପ୍ରଥମ ଦୁଇ ଟ୍ବେଣ୍ଟି-୨୦ କୁ ଜିତିବା ଶୃଙ୍ଖଳା ଆଗୁଆ କବ୍‌ଜା କରିସାରିଥିବା ଭାରତୀୟ ଦଳ ଶେଷ ମ୍ୟାଚ୍‌ରେ ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ରହିଛି। ଡବ୍‌ଲିନ୍‌ରେ ବୁଧବାର ଖେଳାଯିବାକୁ ଥିବା ଶୃଙ୍ଖଳାର ଏହି ଔପଚାରିକ ମ୍ୟାଚ୍‌ରେ ଆୟର୍ଲାଣ୍ଡ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଭାରତୀୟ ଦଳ ଆୱେସ ଖାନ୍‌ ଓ ଜିତେଶ ଶର୍ମାଙ୍କୁ ନେଇ ପରୀକ୍ଷା କରିବା ସମ୍ଭାବନା ରହିଛି।

ଏସିଆ କପ୍‌ ପୂର୍ବରୁ ଏହା ଶେ‌ଷ ଆନ୍ତର୍ଜାତିକ ମ୍ୟାଚ୍‌ ହୋଇଥିବାରୁ ଯଶପ୍ରୀତ୍‌ ବୁମ୍‌ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ବୋଲିଂ ଉପରେ ଅଧିକ ନଜର ରହିବ। ଦୁହିଁଙ୍କ ୮ ଓଭର ବୋଲିଂ କୋଟା ପୂରଣ ହୋଇଗଲେ ସେମାନଙ୍କ ଲୟ ଓ ଗତି ଶ୍ରୀଲଙ୍କାରେ ଭାରତୀୟ ଦଳକୁ ସୁବିଧାରେ ରଖିପାରିବ। ସେହିପରି ଯେଉଁମାନେ ଅଧିକ ମ୍ୟାଚ୍‌ ଧରି ବେଞ୍ଚରେ ବସି ଆସୁଛନ୍ତି, ସେମାନଙ୍କୁ ଏହି ମ୍ୟାଚ୍‌ରେ ଖେଳାଯାଇ ଏସୀୟ କ୍ରୀଡ଼ା ପାଇଁ କେତେ ପ୍ରସ୍ତୁତ ତାହା ପରଖା ଯାଇପାରିବ। ଆୱେସ ଖାନ୍‌, ଜିତେଶ ଶର୍ମା ଓ ଶାହବାଜ ଅହମଦ ଆନ୍ତର୍ଜାତିକ ଅଭିଜ୍ଞତା ଅପେକ୍ଷାରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଆୱେସ ଦଳରେ ଥିଲେ ବି ଲଗାତାର ୭ ମ୍ୟାଚ୍‌ରେ ତାଙ୍କୁ ବାହାରେ ବସିବାକୁ ପଡ଼ିଥିଲା।‌ ସେହିପରି ଏସୀୟ କ୍ରୀଡ଼ା ପୂର୍ବରୁ ଜିତେଶଙ୍କୁ ଗୋଟିଏ ସୁଯୋଗ ଦେବା ପାଇଁ ସଞ୍ଜୁ ସାମସନ୍‌ଙ୍କୁ ବିଶ୍ରାମ ଦେବାକୁ ଦଳ ଚିନ୍ତା କରିପାରେ। କିନ୍ତୁ ବିଶ୍ବକପ୍‌ ଦଳରେ ସ୍ଥାନ ପାଇବା ଆଶାରେ ଥିବା ସଞ୍ଜୁ ଏହି କୌଣସି ମ୍ୟାଚ୍‌ ହାତଛଡ଼ା କରିବାକୁ ଚାହିବେନି। ଅପରପକ୍ଷେ ଗତ ୭ ଟ୍ବେଣ୍ଟି-୨୦ରେ ଅସ୍ଥିର ପ୍ରଦର୍ଶନ ଦେଇଥିବା ଅର୍ଶଦୀପ ସିଂହଙ୍କ ଆଗରେ ତୃତୀୟ ମ୍ୟାଚ୍‌ରେ ଖେଳିବା ସମ୍ଭାବନା କମ୍‌ ରହିଛି। ତେଣୁ ତାଙ୍କ ସ୍ଥାନରେ ଆଭେସ୍‌ କିମ୍ବା ମୁକେଶ କୁମାରଙ୍କୁ ସ୍ଥାନ ମିଳିପାରେ।

ସମ୍ଭାବ୍ୟ ଭାରତ ଏକାଦଶ: ଯଶସ୍ବୀ ଜୟସ୍ବାଲ୍‌, ଋତୁରାଜ ଗାଏକ୍ବାଡ, ତିଳକ ବର୍ମା, ସଞ୍ଜୁ ସାମସନ୍‌, ରିଙ୍କୁ ସିଂହ, ଶିବମ ଦୁବେ, ୱାସିଂଟନ୍‌ ସୁନ୍ଦର, ଅର୍ଶଦୀପ ସିଂହ/ମୁକେଶ କୁମାର/ଆୱେସ ଖାନ, ଯଶପ୍ରୀତ ବୁମ୍‌ରା, ରବି ବିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ।

ସମ୍ଭାବ୍ୟ ଆୟର୍ଲାଣ୍ଡ ଏକାଦଶ: ଆଣ୍ଡ୍ର୍ୟୁ ବାଲବିରିନ୍‌, ପଲ୍‌ ଷ୍ଟିରଲିଂ, ଲୋର୍କାନ ଟକର, ହାରି ଟେକ୍ଟର, କର୍ଟିସ କାମ୍ଫର, ଜର୍ଜ ଡକ୍ରେଲ୍‌, ମାର୍କ ଆ‌ଡାଏର, ବାରି ମ୍ୟାକ୍‌କାର୍ଥି, କ୍ରେଗ୍‌ ୟଙ୍ଗ୍‌, ଜୋସୁଆ ଲିଟିଲ, ବେଞ୍ଜାମିନ୍‌ ହ୍ବାଇଟ୍‌।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button