ଖେଳ ଖବର

ବିଶ୍ବକପ୍ : ଦକ୍ଷିଣ ଆଫ୍ରିକା ଆଗରେ ୨୪୬ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡସ୍ – bajravana

[ad_1]

ଧର୍ମଶାଳା : ଧର୍ମଶାଳା ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ବିଜୟ ପାଇଁ ୨୪୬ ରନର ଲକ୍ଷ୍ୟ ରଖିଛି ନେଦରଲାଣ୍ଡସ ।

ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମ୍ୟାଚର ଓଭର ସଂଖ୍ୟାକୁ ୪୩କୁ କମାଇ ଦିଆଯାଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡସ୍ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନମାନେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବୋଲିଂର ସାମନା କରିପାରିନଥିଲେ । ଏପରିକି ଦଳ ୮୨ ରନରେ ୪ଟି ଓ୍ବିକେଟ ଓ ୧୪୦ ରନରେ ୭ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ସ୍କଟ୍ ଏଡଓ୍ବାଡସ ଅଧିନାୟକ ଇନିଂସ ଖେଳି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୬୯ଟି ବଲ ଖେଳି ଅପରାଜିତ ୭୮ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୪୩ ଓଭରରେ ୮ ଓ୍ବିକେଟ ହରାଇ ୨୪୫ ରନ କରିଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାସିଗୋ ରାବାଡା, ଲୁଙ୍ଗି ଏନଗିଡି ଓ ମାର୍କୋ ଜାନସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button