ଦଶହରା ରିଲିଜ୍ : ‘ରାମ୍’ରେ ଅରିନ୍ଦମଙ୍କ ନାୟିକା ସାଜିଛନ୍ତି ବଙ୍ଗୀୟ ସୁନ୍ଦରୀ ରୂପ୍ସା – bajravana
[ad_1]
ଭୁବନେଶ୍ବର: କିଛି ନିରବତା ପରେ ଅଭିନେତା ଅରିନ୍ଦମ ରାୟ ଏଇ ଦଶହରାରେ ‘ରାମ୍’ ଅବତାରରେ ଆସୁଛନ୍ତି, ମାନେ ‘ରାମ୍’ ଶୀର୍ଷକ ଥିବା ଏକ ଫିଲ୍ମରେ ମୁଖ୍ୟ ଭୂମିକାରେ ଆସୁଛନ୍ତି। ଏଥିରେ ଥିବା ତାଙ୍କର ନୂଆ ଧରଣର ଚରିତ୍ର ଓ ଲୁକ୍ ଦଶହରାରେ ଓଡ଼ିଆ ଦର୍ଶକଙ୍କ ପାଇଁ ଏକ ଭଲ ଉପହାର ସାବ୍ୟସ୍ତ ହେବବୋଲି ଚର୍ଚ୍ଚା ହେଉଛି। ଅରିନ୍ଦମଙ୍କ ହୋମ୍ ବ୍ୟାନର୍ ରତ୍ନା ଫିଲ୍ମସର ଚତୁର୍ଥ ଅବଦାନ ରୂପେ ନିର୍ମିତ ‘ରାମ୍’ରେ ତାଙ୍କର ନାୟିକା ସାଜିଛନ୍ତି ବଙ୍ଗୀୟ ସୁନ୍ଦରୀ ରୂପ୍ସା। ଦୁହିଁଙ୍କର ଯୋଡ଼ି ବେଶ୍ ଚମତ୍କାର ହୋଇଛି ବୋଲି ଲୋକେ କହୁଛନ୍ତି। ଆପଣ ଜାଣିଥିବେ, କରୋନା ଓ ଅନ୍ୟ କିଛି କାରଣରୁ ଓଡ଼ିଆ ଫିଲ୍ମର ସ୍ଥିତି ନିକଟ ଅତୀତରେ କିଛିଟା ଦୋହଲି ଯାଇଥିଲା। ଅନେକ ବଡ଼ ତାରକାଙ୍କର ମଧ୍ୟ ଫିଲ୍ମ ଆସି ନ ଥିଲା।
ଆମ ଫିଲ୍ମର ଅଧିକାଂଶ ବଡ଼ ଓ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ବିବାହ ଓ ସେମିତି ଅନ୍ୟ କାରଣ ଯୋଗୁଁ ପୂର୍ବଭଳି ସକ୍ରିୟ ନାହାନ୍ତି। ପୁଣି ଯେଉଁ ନୂଆମାନେ ଆସିଛନ୍ତି, ସେମାନେ ନିଜର ସ୍ବତନ୍ତ୍ର ପରିଚୟ ଓ ପ୍ରଶଂସକ ସୃଷ୍ଟି କରିବାରେ ଏଯାଏଁ ବିଶେଷ ସଫଳ ହୋଇ ନାହାନ୍ତି। ଏଇ ପରିସ୍ଥିତିରେ ରୂପ୍ସା ଯଦି ସଫଳତା ପାଇବେ, ତେବେ ତାଙ୍କ ପାଇଁ ଏକ ବିରାଟ ସୁଯୋଗ ଖୋଲିଯିବା ନିଶ୍ଚିତ। ଉଲ୍ଲେଖନୀୟ ଯେ ‘ରାମ୍’ରେ ଅରିନ୍ଦମ ଓ ରୂପ୍ସାଙ୍କ ସହିତ ବଲିଉଡ୍ ଅଭିନେତା ରାହୁଲ ଦେବ ମଧ୍ୟ ଅଛନ୍ତି। ସୁପର୍ଷ୍ଟାର୍ ଅନୁଭବ ମହାନ୍ତି ଅଛନ୍ତି ଅତିଥି ଭୂମିକାରେ। ଏ ଫିଲ୍ମର ଚିତ୍ରନାଟ୍ୟ ଓ ସଂଳାପ ଭରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ଅସାଦ ନିଜାମ ଓ ଲିଙ୍କନ ନେଇଛନ୍ତି ସଙ୍ଗୀତର ଦାୟିତ୍ବ।
[ad_2]