ଗିରଫ ଡାକ୍ତରଙ୍କ ଗୁମର ଫିଟୁଛି: ଡଲାରକୁ ନେଇ ଖୋଳତାଡ଼, ସଂଗ୍ରହ ହେଲା ଭଏସ୍ ସାମ୍ପଲ – bajravana
[ad_1]
ଭୁବନେଶ୍ବର: ଜାହାଜ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଲାଗି ଲାଞ୍ଚ ନେଇ ଗିରଫ ହୋଇଥିବା ବନ୍ଦର ସ୍ବାସ୍ଥ୍ୟ ସଂଗଠନ(ପିଏଚ୍ଓ)ର ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ କେଉଁ ଉପାୟରେ ୨୦,୫୫୮ ଡଲାର(ପ୍ରାୟ ୧୭ ଲକ୍ଷ ଟଙ୍କା) ଠୁଳ କଲେ, ସେ ନେଇ ଖୋଳତାଡ଼ ଚଳାଇଛି ସିବିଆଇର ତଦନ୍ତକାରୀ ଟିମ୍। ଡାକ୍ତର ପାଣିଗ୍ରାହୀ ଲାଞ୍ଚ ଆକାରରେ ଡଲାର ନେଉଥିବା ସିବିଆଇ ସନ୍ଦେହ କରି ତଦନ୍ତ ଚଳାଇଥିବା ତଦନ୍ତକାରୀ ଦଳ ସନ୍ଦେହ କରୁଛନ୍ତି। ଏପରିକି ପୂର୍ବରୁ ବହୁ ପରିମାଣର ଡଲାର ନେଇ ତାହାକୁ ଭାରତୀୟ ମୁଦ୍ରାରେ ବଦଳ କରି ବ୍ୟାଙ୍କରେ ଜମା ରଖିଥିବା ସନ୍ଦେହ କରାଯାଉଛି। ଜବତ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଗାଯାଇଥିବା ସୂଚନା ମିଳିଛି।
ଆଜି ଡାକ୍ତର ପାଣିଗ୍ରାହୀଙ୍କର ଭଏସ୍ ସାମ୍ପଲ (କଣ୍ଠସ୍ବର ନମୁନା) ସଂଗ୍ରହ କରାଯାଇଛି। ଲାଞ୍ଚ ମାଗିବା ସମୟରେ ମୋବାଇଲ ଫୋନ୍ ବାର୍ତ୍ତାଳାପର ଅଭିଯୋଗକାରୀ ଯେଉଁ ରେକର୍ଡିଂ କରିଥିଲେ, ତାହାକୁ ମେଳ କରିବା ପାଇଁ ଭଏସ୍ ସାମ୍ପଲ୍ ସଂଗ୍ରହ କରାଯାଇଛି। ଏହାକୁ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫୋରନେସିକ୍ ସାଇନ୍ସ ଲାବରେଟୋରି(ସିଏଫ୍ଏସଏଲ)କୁ ପଠାଯିବ। ସେଠାରୁ ରିପୋର୍ଟ ଆସିବା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦାଖଲ କରାଯିବ। ବହୁ ପରିମାଣର ଟଙ୍କା ଓ ସମ୍ପତ୍ତି ମିଳିଥିବାରୁ ଅଧିକ ତଦନ୍ତ ଲାଗି ଡାକ୍ତର ପାଣିଗ୍ରାହୀଙ୍କୁ ପୁଣି ୩ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବାପରେ ଆଜି ତାଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରା ଯାଇଥିଲା। ଅଧିକ ତଦନ୍ତ ଲାଗି ପୁଣି ୩ ଦିନ ରିମାଣ୍ଡରେ ନିଆ ଯାଇଛି। ଆସନ୍ତା ସୋମବାର ଦିନ ପୁଣି କୋର୍ଟରେ ହାଜର କରାଯିବ।
[ad_2]