ଖେଳ ଖବର

୨୦୩୬ ଅଲମ୍ପିକ୍ସ ଆୟୋଜନ କରିବାକୁ ସବୁ ପ୍ରକାରର ଉଦ୍ୟମ କରିବୁ : ମୋଦୀ – bajravana

[ad_1]

ମୁମ୍ବାଇ: ବିଶ୍ବକପ କ୍ରିକେଟରେ ପାକିସ୍ତାନ ଉପରେ ବିଜୟକୁ ଭାରତବାସୀ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ନୂଆ ସ୍ବପ୍ନ ଦେଖାଇଛନ୍ତି । ତାହା ହେଉଛି, ୨୦୩୬ ଅଲମ୍ପିକ୍ସ ଆୟୋଜନ ।

ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନକୁ ଉଦଘାଟନ କରି ମୋଦୀ କହିଛନ୍ତି, ମୁଁ ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ଆପଣମାନଙ୍କ ଆଗରେ ରଖିବାକୁ ଚାହୁଁଛି। ୨୦୩୬ ଅଲିମ୍ପିକ୍ସକୁ ନିଜ ମାଟିରେ ଆୟୋଜନ କରିବାକୁ ଭାରତ ସବୁପ୍ରକାରର ଉଦ୍ୟମ କରିବ । ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ଓ ଅଭିଳାଷ । ଆପଣଙ୍କ ସହଯୋଗରେ ଆମେ ଏହି ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛୁ । ଏହା ପୂର୍ବରୁ ଭାରତ ମଧ୍ୟ ୨୦୨୯ରେ ଯୁବ ଅଲିମ୍ପିକ୍ସ ଆୟୋଜନ କରିବାକୁ ଆଗ୍ରହ ଦେଖାଇଛି ।

ଆଇଓସି ପକ୍ଷରୁ ଭାରତକୁ ସମର୍ଥନ ମିଳିବା ଜାରି ରହିବ ବୋଲି ମୋର ବିଶ୍ୱାସ ରହିଛି। ଭାରତ ଏକ ବଡ଼ ଧରଣର ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ପ୍ରସ୍ତୁତ ଅଛି। ଜି-୨୦ ଆୟୋଜନ ବେଳେ ବିଶ୍ୱ ଏହା ଦେଖିଛି ବୋଲି ମୋଦୀ କହିଛନ୍ତି। ସେହିପରି ହକି ବିଶ୍ବକପ, ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ୍, ସୁଟିଂ ବିଶ୍ବକପ ଆୟୋଜନ ଏହାର ଉଦାହରଣ ।

ଭାରତରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ୧୪୧ତମ ଅଧିବେଶନ ଆୟୋଜନ କରିବା ଅତ୍ୟନ୍ତ ସ୍ବତନ୍ତ୍ର। ୪୦ ବର୍ଷ ପରେ ଭାରତରେ ଆଇଓସି ଅଧିବେଶନ ଆୟୋଜନ କରିବା ଆମ ପାଇଁ ଗର୍ବର ବିଷୟ ବୋଲି ମୋଦୀ କହିଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button