ଓଡିଶା

ଡେଙ୍ଗୁ ନେଲା ଛାତ୍ରଙ୍କ ଜୀବନ – bajravana

[ad_1]

ବଲାଙ୍ଗୀର: ବଲାଙ୍ଗୀରର ଜଣେ ଛାତ୍ର ରଜତ ପଟେଲ (୩୦)ଙ୍କ ଡେଙ୍ଗୁରେ ମୃତ୍ୟୁ ଘଟିଛି। ରଜତ ବଲାଙ୍ଗୀରର ସ୍ବନାମଧନ୍ୟ ଡାକ୍ତର ରୁଦ୍ର ପଟେଲଙ୍କ ପୁତୁରା ଓ ଜତିନ୍ଦ୍ର ପଟେଲଙ୍କ ପୁତ୍ର ଅଟନ୍ତି। ରଜତ ଓପିଏସ୍‌ସିରେ ଆସିଷ୍ଟାଣ୍ଡ ପ୍ରଫେସର (ଜୁଲୋଜି) ପାଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରୁଥିଲେ। ଗତ କିଛି ଦିନ ତଳେ ‌ବ୍ରହ୍ମପୁରରେ ଅସୁସ୍ଥ ହେବା ପରେ ଡାକ୍ତର ମରାମର୍ଶ ନେଇଥିଲେ। ପରେ ଡେଙ୍ଗୁ ପଜିଟିଭ ବାହାରିବାରୁ ସେ ବଲାଙ୍ଗୀର ୩-୪ ଦିନ ତଳେ ଆସିଥିଲେ। ଗତକାଲି ରାତିରେ ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆଜି ସକାଳେ ବରଗଡ଼ର ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୪ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବଲାଙ୍ଗୀରରେ ପହଞ୍ଚିବା ପରେ ସ୍ଥାନୀୟ ବିଭୂତିପଡ଼ା ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button