ଟ୍ରେନ ଦୁର୍ଘଟଣାରେ ୨୧ ବଗି ଲାଇନଚ୍ୟୁତ : ୪ ମୃତ – bajravana
[ad_1]
ନୂଆଦିଲ୍ଲୀ, ୧୨/୧୦ : ବିହାରର ବକ୍ସରରେ ଘଟିଛି ଏକ ବଡ ରେଳ ଦୁର୍ଘଟଣା । ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ରାତି ପ୍ରାୟ ସାଢେ ୯ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହେବାରୁ ବଡ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଲୋକ ଆହତ ହୋଇଛନ୍ତି । ୨୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଲାଇନଚ୍ୟୁ ହୋଇଥିବା ଟ୍ରେନ ୨୧ଟି କୋଚ ମଧ୍ୟରେ ୨ଟି ଏସି କୋଚ ଥିବା ଜଣାପଡିଛି ।
ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ରେଳ ବିଭାଗ ଅଧିକାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଛନ୍ତି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡି ନାହିଁ । ନର୍ଥ ଇଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଡିଡିୟୁ-ପାଟନା ରେଳପଥରେ ଯାତାୟତ ପ୍ରଭାବିତ ହୋଇଛି, ଏକାଧିକ ଟ୍ରେନର ରୁଟ ବଦଳିଛି । ଗୋଟିଏ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୧୮ଟି ରେଳର ଗତିପଥ ବଦଳାଇ ଦିଆଯାଇଛି ।
[ad_2]