ଅପରାଧ

ମୁଖିଆ ରମେଶ ସମେତ ୫ଙ୍କୁ କୋର୍ଟ ଚାଲାଣ: ଧରାପଡ଼ିଲା ରାଜପଥ ଡକାୟତ ଦଳ – bajravana

[ad_1]

ଜଟଣୀ: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ରାଜପଥରେ ମାଲବାହୀ ଗାଡ଼ିକୁ ଅଟକାଇ ଡକାୟତି କରୁଥିବା ଏକ ଦୁର୍ଦ୍ଦଷ ଗ୍ୟାଙ୍ଗ୍‌ ଜଟଣୀ ଥାନା ପୁଲିସ ପଞ୍ଝାରେ ପଡ଼ିଛି। ଗତକାଲି ରାତିରେ ମା’ ଖଣ୍ଡୁଆଳ ମନ୍ଦିର ନିକଟରେ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ବେଳେ ଏହି କୁଖ୍ୟାତ ରମେଶ ଗ୍ୟାଙ୍ଗ୍‌ ପୁଲିସ ହାବୁଡ଼ରେ ପଡ଼ିଥିଲା। ସେମାନେ ହେଲେ ଗ୍ୟାଙ୍ଗ୍‌ ମୁଖିଆ ବାଲିଛକ ମୁଣ୍ଡିଆସାହିର ରମେଶ ଜେନା(୨୨), କୁଦିଆରୀ ମାଲଗୋଦାମ ଛକ ଅଞ୍ଚଳର ସେକ୍‌ ଅସରଫ୍‌ ଓରଫ୍ ଦିଲୁ (୨୬), ଲକ୍ଷ୍ମୀସାଗର ଥାନା ପୁରୁଣା ପୋଷ୍ଟ ଅଫିସ୍ ଗଳିରେ ରହୁଥିବା ବିହାରର ବିଦ୍ୟାପତି ଶାହା ଓରଫ୍ ଅଜୟ(୨୯), ଜଟଣୀ ଗୋପବନ୍ଧୁନଗର ଅଞ୍ଚଳର ସୁନିଲ ସିଂ ଓରଫ୍ ସୋନୁ(୨୬) ଓ ଆଲୋକ ହଡ଼ା ଓରଫ୍ ବାବୁ (୨୬)। ପୁଲିସ ସେମାନଙ୍କ ପାଖରୁ ୩ଟି ଛୁରି, ଗୋଟିଏ କଟୁରି, ଦୁଇଟି ବାଇକ୍‌, ମଦ ବୋତଲ ଓ ୨୭ଶହ ଟଙ୍କା ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେଠାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ପୁଲିସ ସୂଚନାନୁସାରେ ଗ୍ୟାଙ୍ଗ୍‌ର ମୁଖିଆ ରମେଶ ଏହି ଦଳକୁ ନେଇ ଜଟଣୀ-ତଳଖେତା ରାସ୍ତା, ଜଟଣୀ-ଖୋର୍ଦ୍ଧା ରାସ୍ତା, ଜଟଣୀ-ପିପିଲି ରାସ୍ତା ଏବଂ ହରିରାଜପୁର- ସୁନ୍ଦରପଦା ରାସ୍ତାରେ ଡକାୟତି କରୁଥିଲା। ମାଲବାହୀ ଗାଡ଼ିକୁ ଏହି ଗ୍ୟାଙ୍ଗ୍‌ ଟାର୍ଗେଟ୍‌ କରୁଥିଲା। ଗାଡ଼ି ଚାଳକଙ୍କୁ ଆକ୍ରମଣ କରି ଏମାନେ ଲୁଟ୍‌ପାଟ୍‌ କରୁଥିଲେ। କିନ୍ତୁ ଏମାନେ ଡକାୟତି ପରେ ଜଟଣୀ ଛାଡ଼ି ବାହାରକୁ ପଳାଉଥିବାରୁ ଧରାପଡ଼ୁନଥିଲେ। ପ୍ରାୟ ମାସେ ହେଲା ପୁଲିସ ଏହି ଗ୍ୟାଙ୍ଗ୍‌କୁ ପିଛା କରୁଥିଲା ଏବଂ ଗତକାଲି ରାତିରେ ଖଣ୍ଡୁଆଳ ମନ୍ଦିର ନିକଟରେ ଏକାଠି ହୋଇଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ରମେଶ ଜେନା ଜଣେ ପେସାଦାର ଅପରାଧୀ ଓ ତା’ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି। ତେଣୁ ତା’ ବିରୋଧରେ ସିଆରପିସି ୧୧୦ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ଅଭିଯୁକ୍ତ ଦିଲୁ ନାଁରେ ଜଟଣୀ ଥାନାରେ ୩ଟି ମାମଲା, ଅଜୟ ନାଁରେ କ୍ୟାପିଟାଲ ଥାନାରେ ୨ଟି, ଅଭିଯୁକ୍ତ ସୋନୁ ନାଁରେ ଜଟଣୀ ଥାନାରେ ୩ଟି ଓ ଇନ୍‌ଫୋଭ୍ୟାଲି ଥାନାରେ ଗୋଟିଏ ଓ ବୁବୁ ନାଁରେ ଜଟଣୀ ଥାନାରେ ୩ଟି ମାମଲା ରହିଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button