ଖେଳ ଖବର

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ମ୍ୟାଚ୍‌’: ୩ଲକ୍ଷ ଟଙ୍କାର ନକଲି ଟିକେଟ ବିକିଥିବା ୪ଅଭିଯୁକ୍ତ ଗିରଫ – bajravana

[ad_1]

ଅହମଦାବାଦ: ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ମ୍ୟାଚର ନକଲି ଟିକେଟ ବିକି ଗିରଫ ହେ‌ଲେ ୪ଅଭିଯୁକ୍ତ। ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଅଧିକ ରହିଥିବା ବେଳେ ଏହାର ଫାଇଦା ଉଠାଉଥିଲେ ୪ଅଭିଯୁକ୍ତ। ପ୍ରାୟ ୫୦ଟି ଟିକେଟ ବିକ୍ରି କରି ଅଭିଯୁକ୍ତମାନେ ୩ଲକ୍ଷ ଟଙ୍କା ଆୟ କରିସାରିଥିଲେ। ହେଲେ ଶେଷରେ ସେମାନଙ୍କ ଦୋଷ ଧରାପଡ଼ିଥିଲା। ଅଭିଯୁକ୍ତମାନେ ହେଲେ ଜୟମିନ୍ ପ୍ରଜାପତି, ଧ୍ରୁମିଲ ଠାକୁର, ରାଜବୀର ଠାକୁର  ଏବଂ କୁଶ ମୀନା।

ଗିରଫ ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜୟମିନ୍ ପ୍ରଜାପତି, ଧ୍ରୁମିଲ ଠାକୁର, ରାଜବୀର ଠାକୁର ୧୮ବର୍ଷ ବୟସ୍କ ହୋଇଥିବା ବେଳେ କୁଶ ମୀନା ୨୧ବର୍ଷ ବୟସ୍କ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଅକ୍ଟୋବର ୧୪ରେ ଅହମଦାବାଦର ମୋଟେରା ଅଞ୍ଚଳରେ ଅବସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଏହି ମ୍ୟାଚ୍ ପାଇଁ ଲୋକଙ୍କ ମନରେ ଥିବା ଉତ୍ସାହ ଦେଖି ସେମାନଙ୍କୁ ଠକିବାକୁ ଯୋଜନା କରିଥିଲେ ଅଭିଯୁକ୍ତ।

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ପ୍ରଥମେ ମ୍ୟାଚ୍‌ର ଏକ ଅସଲି ଟିକେଟ୍ କିଣିଥିଲା। ପରେ ଅଭିଯୁକ୍ତମାନେ ଦୋକାନରେ ଫଟୋସପ୍ ସଫ୍ଟୱେର୍ ବ୍ୟବହାର କରି ମୂଳ ଟିକେଟର ସ୍କାନ୍ କପି ଏଡିଟ୍ କରିଥିଲେ ଏବଂ ପ୍ରାୟ ୨୦୦ଟି ନକଲି ଟିକେଟ୍ ଛାପି ଥିଲେ। ୨୦୦ରୁ ୫୦ଟି ଟିକେଟ ବିକ୍ରି କରି ଅଭିଯୁକ୍ତମାନେ ୩ଲକ୍ଷ ଟଙ୍କା ଆୟ କରିଥିବା ବ‌େଳେ ପରେ ସେମାନଙ୍କ ଅପରାଧର ପର୍ଦ୍ଦାଫାଶ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button